ଭୁପନେଶ୍ୱର: ନିର୍ବାଚନ ପୂର୍ବରୁ ଚାଲିଛି ନେତାଙ୍କ ଦଳ ଅଦଳ ବଦଳ । ଏହାରି ଭିତରେ ବିଜେପି ଛାଡିଛନ୍ତି ସୋନାଲୀ ସାହୁ । ବିଜେପିର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୋନାଲୀ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇ ଥିବା କୁହାଯାଉଛି ।
ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ , ‘ମୁଁ ଅତ୍ୟନ୍ତ ଦୁଃଖର ସହିତ କହୁଛି ଯେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି’ । ଗତ ୫ବର୍ଷ ଧରି ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି । କିନ୍ତୁ ୫ ବର୍ଷ ଧରି କାର୍ଯ୍ୟକରିବା ଭିତରେ ମୋର ଅନୁଭବ ହେଲା ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାଙ୍କୁ ଅଧିକାର ଦେବାତ ଦୂରର କଥା ସମ୍ମାନ ଟିକେ ବି ମିଳିବା କଷ୍ଟକର । ଜଣେ ଓଡିଶାର ମହିଳା ହିସାବରେ ଆଗକୁ ବଢିବା ପାଇଁ ତଥା ଓଡିିଶାର ମହିଳାଙ୍କ ସ୍ୱର ହେବା ପାଇଁ ନିଷ୍ପତି ନେଇଥିବା କହିଛନ୍ତି । ସେ କେବଳ ଓଡିଶା ବାସୀଙ୍କ ସେବାକୁ ପ୍ରାଥମିକତା ଦେବେ ବୋଲି ସେ ତାଙ୍କ ଇସ୍ତଫା ପତ୍ର ରେ ପ୍ରକାଶ କରିଛନ୍ତୀ ।
ତେବେ ସେ ବିଜେପି ଛାଡିଲା ପରେ କେଉଁ ଦଳରେ ସାମିଲ ହେବେ ଏନେଇ କୌଣସି ପ୍ରତିକ୍ରିୟ ମିଳିପାରି ନାହିଁ ।