ବିକିନିକୁ ନେଇ ଭଡକିଗଲେ କରିନା

( ପ୍ରିୟଦର୍ଶନୀ ସ୍ୱାଇଁ /ରିପୋଟରର୍ସ ଟୁଡ଼େ) ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍ ଓ ସୈଫ୍ ଅଲୀ ଖାନ୍ ବଲିଉଡ୍ର ଚର୍ଚ୍ଚିତ ଦମ୍ପତ୍ତି। ବିବାହ ପରେ ଦୁହିଁଙ୍କୁ ଏକାଠି ଛୁଟିରେ ସମୟ ବିତାଇବାର ପ୍ରାୟତଃ ଦେଖିବାକୁ ମିଳେ । ସମୟ ସମୟରେ କରିନାଙ୍କୁ ସମୁଦ୍ର ବେଳାଭୂମିରେ ବିକିନି ପିନ୍ଧିଥିବା ଫଟୋ ହେତୁ ଟ୍ରୋଲର ଶିକାର ହେବାକୁ ହୋଇଥାଏ । ତେବେ କରିନା କପୁର ଖାନ୍ ଏକ ଚାଟ୍ ସୋ’ରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସୈଫ୍ଙ୍କୁ ନେଇ କରାଯାଇଥିବା ଏକ ଟ୍ରୋଲକୁ ପଢ଼ି ସେ ରାଗି ଯାଇଥିଲେ।
ଏକ ସୋରେ ଯୋଗଦେଇଥିବା ସମୟରେ ଅରବାଜ ଖାନ୍ କରିନାଙ୍କୁ ତାଙ୍କ ଫଟୋରେ ଆସୁଥିବା ଟ୍ରୋଲ୍ସରେ କମେଣ୍ଟକୁ ନେଇ କଥା ଉଠାଇ ଥିଲେ। ସୋ’ରେ କରିନା ତାଙ୍କ ଫଟୋରେ ଆସିଥିବା କମେଣ୍ଟକୁ ବି ପଢ଼ିଥିଲେ। ଏହି କମେଣ୍ଟରେ ଲେଖାଥିଲା, କରିନା କପୁର ଖାନ ପୋଷାକ ପିନ୍ଧିବା ଭୁଲି ଯାଇଛନ୍ତି। କରିନା ଏହାର ଉତ୍ତରରେ କହିଥିଲେ ବୋଧ ହୁଏ ଲୋକମାନେ ଶାଢ଼ୀ ପିନ୍ଧି ସୁଇମିଂ କରିବାକୁ ଚାହୁଁଛନ୍ତି । ସେହିପରି ଅନ୍ୟ ଏକ କମେଣ୍ଟରେ କରିନାଙ୍କ ପାଇଁ ଟ୍ରୋଲ ଲେଖିଥିଲେ, ‘ଭାଡ ମେ ଜାଓ ସୈଫ ଅଲ୍ଲୀ ଖାନ୍, ତୁମର ପତ୍ନୀ ବିକିନି ପିନ୍ଧୁଛନ୍ତି, ତୁମକୁ ଲଜା ମାଡୁନାହିଁ।’ ଏହାକୁ ପଢ଼ିବା ପରେ କରିନା ରାଗି ଯାଇଥିଲେ। ଏବଂ କହିଥିଲେ ସୈଫ୍ କିଏ ମୋତେ ବିକିନି ପିନ୍ଧିବାରୁ ରୋକିବେ ?