(ପ୍ରିୟଦର୍ଶନୀ ସ୍ୱାଇଁ): ଜଗତର ନାଥ ଜଗନ୍ନାଥ । ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ତିନି ଗୋଟି ରଥ ପ୍ରତ୍ୟେକବର୍ଷ ନିର୍ମାଣ କରାଯାଇଥାଏ। ଜଗତର ନାଥ ହେଉଛନ୍ତି ଜଗନ୍ନାଥ। ସେ ସର୍ବପୂଜ୍ୟ। ସର୍ବମାନ୍ୟ। ସାରା ପୃଥିବୀରେ ତାଙ୍କର ଅସଂଖ୍ୟ ଭକ୍ତ। ନିକଟରେ ରୁଷୀୟାର କିଛି ଭକ୍ତ ତାଙ୍କ ଭକ୍ତିର ପଦର୍ଶନ କରି ସାଇବେରିଆର ଏକ ପାହାଡିଆ ଅଞ୍ଚଳରେ ତିଆରି କରିଛନ୍ତି ପ୍ରଭୁଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ବରଫର ବିରାଟକାୟ ପ୍ରତିମୂର୍ତ୍ତି। ଏହି ଅଞ୍ଚଳର ତାପମାତ୍ରା ସାଧାରଣତଃ -୨୩ଂ ସେଣ୍ଟ୍ରିଗ୍ରେଡ ରହିଥାଏ। ତଥାପି ଅନେକ ଭକ୍ତଙ୍କ ସମାଗମ ଏଠାରେ ହୋଇଥିଲା। ପ୍ରଭୁଙ୍କର ଗୋଟିଏ ଝଲକ ଦେଖିବାକୁ ସେମାନେ ଏଠାକୁ ଛୁଟିଆସିଥିଲେ। ମହାପ୍ରଭୁଙ୍କୁ ପୂଜା କରିବା ସହ ଭକ୍ତମାନେ ଭଜନ ଗାଇଥିଲେ। ଆଉ ତାରି ତାଳେ ତାଳେ ନାଚିଥିଲେ ମଧ୍ୟ। ସେପଟେ ପୁରୀରେ ରଥଯାତ୍ରା ହେତୁ ପ୍ରଶାସନ ପକ୍ଷରୁଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ଏହାକୁ ନିର୍ମାଣ କରାଯାଇଥାଏ। ପ୍ରତ୍ୟେକ ରଥରେ ୯ ଜଣ ଲେଖାଏଁ ପାର୍ଶ୍ବ ଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ। ହେଲେ ପ୍ରତିବର୍ଷ ଏହି ପାର୍ଶ୍ୱ ଦେବତାଙ୍କ ମୂର୍ତ୍ତି ନିର୍ମାଣ ହୋଇନଥାଏ। କେବଳ ନବକଳେବର ବର୍ଷମାନଙ୍କରେ ରୂପକାର ସେବକମାନେ ନିମ୍ବ କାଠରେ ମୋଟ ୨୭ ଗୋଟି ପାର୍ଶ୍ୱ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରିଥାଆନ୍ତି। ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାଆନ୍ତି। ଆବଶ୍ୟକ ପଡିଲେ ଏହାର ମରାମତି କାର୍ୟ୍ୟ ହୋଇଥାଏ। ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ୯ ମୂର୍ତ୍ତି ଲେଖାଏଁ ପାର୍ଶ୍ୱଦେବତାଙ୍କୁ ଅଧିଷ୍ଠିତ କରାଯାଏ