ଅଚାନକ ଉଡ଼ନ୍ତା ବିମାନରେ ଲାଗିଲା ନିଆଁ
ଯାତ୍ରୀଙ୍କୁ ଧରି ମଝି ଆକାଶରେ ଉଡ଼ୁଥିବା ଗୋଟିଏ ବିମାନରେ ଅଘଟଣ ଘଟିଛି। ବିମାନଟି ଭୂପୃଷ୍ଠରୁ ୫ ହଜାର ଫୁଟ ଉପରେ ଥିବା ବେଳେ ହଠାତ୍ ଏହାର କ୍ୟାବିନରୁ ଧୂଆଁ ବାହାରିଥିଲେ।
(ଦିଲ୍ଲୀ) : ଅଚାନକ ଉଡ଼ନ୍ତା ବିମାନରେ ଲାଗିଲା ନିଆଁ । ଯାତ୍ରୀଙ୍କୁ ଧରି ମଝି ଆକାଶରେ ଉଡ଼ୁଥିବା ଗୋଟିଏ ବିମାନରେ ଅଘଟଣ ଘଟିଛି। ବିମାନଟି ଭୂପୃଷ୍ଠରୁ ୫ ହଜାର ଫୁଟ ଉପରେ ଥିବା ବେଳେ ହଠାତ୍ ଏହାର କ୍ୟାବିନରୁ ଧୂଆଁ ବାହାରିଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ପାଇଲଟ ଜଣଙ୍କ ତୁରନ୍ତ ବିମାନଟିର ଜରୁରୀ ଅବତରଣ କରାଇଛନ୍ତି। ଫଳରେ ଗୋଟିଏ ବଡ଼ ବିପଦ ଟଳି ଯାଇଛି।
ଆଜି ଜବଲପୁର ଯାଉଥିବା ସ୍ପାଇସଜେଟ ବିମାନରେ ଏମିତି ଏକ ଆତଙ୍କ ସୃଷ୍ଟି କରିବା ଭଳି ଘଟଣା ଘଟିଛି। କ୍ୟାବିନରୁ ଧୂଆଁ ବାହାରୁ ଥିବାରୁ ବିମାନିଟି ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି। ଶେଷରେ ବେଶ ସୁରକ୍ଷିତ ଭାବେ ବିମାନଟିକୁ ଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରାଇଥିଲେ। ଏହାପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣା ଯାଇଥିଲା ।
ସୂଚନା ଅନୁଯାୟୀ, ଆଜି ସକାଳେ ଦିଲ୍ଲୀରୁ ଜବଲପୁରକୁ କମ୍ପାନୀର ଗୋଟିଏ ବିମାନ ଉଡ଼ାଣ ଭରିଥିଲା। ବିମାନଟି ମଝି ଆକାଶରେ ଥିjବା ବେଳେ ଏହାର କ୍ୟାବିନରୁ ଧୂଆଁ ବାହାରୁଥିବା କ୍ରୁ ସଦସ୍ୟମାନେ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଏ ସମ୍ପର୍କରେ ପାଇଲଟଙ୍କୁ ଜଣାଇଥିଲେ। ପାଇଲଟ ଏହା ଜାଣିବା ପରେ ବିମାନକୁ ଆଉ ଜବଲପୁର ନେଇ ନଥିଲେ। ସେ ୫୦୦୦ ଫୁଟ ଉପରେ ଥାଇ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଯୋଗାଯୋଗ କରିଥିଲେ।