ତ୍ୱାଚା ପାଇଁ ୬୦ ସେକେଣ୍ଡ ଫର୍ମୁଲା

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସୌନ୍ଦର୍ୟ୍ୟ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଉପରେ ବିଶେଷ ଧ୍ୟାନ ରଖୁଥିବା ଲୋକମାନେ ତ ଏହି ଫର୍ମୁଲା ବିଷୟରେ ନିଶ୍ଚିନ୍ତ ଜାଣିଥିବେ। ୬୦ ସେକେଣ୍ଡ ଫର୍ମୁଲା ଏକ ବେସିକ୍ ଫର୍ମୁଲା ଯାହା ଆପଣମାନଙ୍କ ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଆପଣ ନିଜର ତ୍ବଚା ସଫା କରିବା ପାଇଁ ଅନେକ ସମୟ ଦେଇଥାନ୍ତି କିନ୍ତୁ ଏହି ଫର୍ମୁଲା ୬୦ ସେକେଣ୍ଡରେ ଆପଣଙ୍କ ତ୍ବଚା ସଫା କରିଥାଏ।
ଏହି ଉପାୟ ଲସ ଏଞ୍ଜଲସର ବ୍ୟୁଟିଲେଜିଷ୍ଟ ନାୟମକା ରୋବର୍ଟସ୍-ସ୍ମିଥ୍ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ତ୍ବଚାରୁ ଦାଗ, ମେକଅପ୍ ଆଦି ହଟାଇବା ସହଜ ହୋଇନଥାଏ। ଏହି କାରଣରୁ ଲୋକମାନେ କେବଳ କ୍ଲିଞ୍ଜର ମିଲ୍କର ବ୍ୟବହାର କରଥାନ୍ତି। କିନ୍ତୁ ଏହା ସଠିକ୍ ଭାବେ ତ୍ବଚାର ଭିତରୁ ସଫା ହୋଇନଥାଏ।
ଏହି ୬୦ ସେକେଣ୍ଡର ଫର୍ମୁଲା ଆପଣଙ୍କ ନିଜର ତ୍ବଚା ସଫା କରିପାରିବେ। ଏହାକୁ ବ୍ୟବହାର କରିବା ସମୟରେ ଆପଣ ନାକ, ଓଠର କୋଣ, ଥୋଡିର ତଳଭାଗ ଏବଂ ମଥାରେ ସମାନ ଭାବରେ ମସାଜ୍ କରନ୍ତୁ। ଏହି ଫର୍ମୁଲା ଆପଣଙ୍କ ପାଇଁ ସହଜ ହୋଇଥାଏ କିନ୍ତୁ ଏହାକୁ ବ୍ୟବହାର କରିବା ପରେ ତ୍ବଚାରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ସୋସିଆଲ ମିଡ଼ିଆରେ ମଧ୍ୟ ଏହି ୬୦ ସେକେଣ୍ଡର ଫର୍ମୁଲାକୁ ନେଇ ଲୋକମାନେ ଅନେକ ମତ ରଖିଛନ୍ତି। ଏହାକୁ ବ୍ୟବହାର କରିବା ପରେ ସେମାନଙ୍କ ତ୍ବଚାରେ ସୌନ୍ଦର୍ୟ୍ୟ ଆସିବା ସହ ବ୍ରଣ ସମସ୍ୟା କମ ହେବାର ମତ ରଖିଛନ୍ତି।