ସ୍କନ୍ଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଗବତୀ
ସ୍କନ୍ଦମାତା ବେଶରେ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଗବତୀ ଓ ମା’ ଉଗ୍ରତାରା।
(ଟାଙ୍ଗି) : ସ୍କନ୍ଦମାତା ବେଶରେ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଗବତୀ ଓ ମା’ ଉଗ୍ରତାରା। କରୋନା କଟକଣା ମଧ୍ୟରେ ଶାରଦୀୟ ପୂଜା ଅବସରରେ ଗର୍ଭ ଗୃହରେ ମା’ଙ୍କର ଗୁପ୍ତ ପୂଜା ସହିତ ବିଭିନ୍ନ ରୀତି-ନୀତିରେ ପୂଜାପଣ୍ଡା ମାନଙ୍କ ଦ୍ଵାରା ପୂଜା ପାଠ ସମ୍ପନ୍ନ ହେଉଛି ।
ସୂଚନାନୁଯାୟୀ , ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ଶୈଳପୁତ୍ରୀ ବେଶରେ ପୂଜା କରାଯାଇଥିବା ବେଳେ ଦ୍ଵିତୀୟ ଦିନ ମାତା ବ୍ରହ୍ମଚାରିଣୀ, ତୃତୀୟ ଦିନରେ ମାତା ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ ମାତା କୁଶ୍ମଣ୍ଡା ବେଶରେ ପୂଜା କରାଯାଇଥିଲା। ଆଜି ସ୍କନ୍ଦମାତା ବେଶରେ ମା’ ଭଗବତୀ ଏବଂ ମା’ ଉଗ୍ରତାରାଙ୍କୁ ପୂଜା କରାଯାଉଛି। ସେହିପରି ଆସନ୍ତାକାଲି ମା’ଙ୍କର କାତ୍ୟାୟନୀ ବେଶ ଅନୁଷ୍ଠିତ ହେବ। ଏହାପରେ ମା’ କାଳରାତ୍ରୀ , ମା’ ମହାଗୌରୀ, ମା’ ସିଦ୍ଧିଦାତ୍ରୀ ରୂପରେ ପୂଜା କରାଯିବ। ବୀଜୟା ଦଶମୀ ଦିନ ଦଶଭୁଜା ମା’ ଦୁର୍ଗାଙ୍କୁ ଅପୂର୍ବ ବେଶରେ ସୁସଜ୍ଜିତ କରାଯାଇ ପୂଜା କରାଯିବ।