ବିମଳାଙ୍କ ପୀଠରେ ହେବ ଷୋଡ଼ଶ ଦିନାତ୍ମକ ପୂଜା

ପୁରୀ: ଆଜିଠୁ ଜଗନ୍ନାଥ ଧାମ ପୁରୀର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ପୀଠରେ ଆରମ୍ଭ ହେଉଛି ଷୋଡ଼ଶ ଦିନାତ୍ମକ ପୂଜା । ଏହି ଅବସରରେ ଗଜପତିଙ୍କ ଶ୍ରନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇ ରାଜଗୁରୁ ପୁରୋହିତଙ୍କୁ ପ୍ରଦାନ କରାଯିବ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଏବଂ ନଡ଼ିଆ । ଏହାପରେ ଏହି ଗଚଆ ଏବଂ ନଡ଼ିଆ ଦେଇ ରାଜଗୁରୁ ପୁରୋହିତ ଗଜପତି ମହାରାଜଙ୍କ ପ୍ରତିନିଧୀ ଭାବେ ବ୍ରାହ୍ମଣ ମାନଙ୍କୁ ବରଣ କରିବେ । ବିମଳାଙ୍କ ପୀଠ ପାଇଁ ଜଣେ ପୂଜକ, ଜଣେ ପରିଚ୍ଛା, ଚଣ୍ଡୀପାଠ, ସହସ୍ରନାମ ପାଠକ ଏବଂ ମନ୍ତ୍ରଯାପକଙ୍କୁ ବରଣ କରିବେ ରାଜଗୁରୁ ପୁରୋହିତ । ଏଥି ସହିତ ଶ୍ରୀମନ୍ଦିର ବେଢା ପରିସରରେ ମା’ ଭୁବନେଶ୍ୱରୀ, ମା’ ବାଟମଙ୍ଗଳା ଏବଂ ମା’ ଉତ୍ତରାୟଣୀଙ୍କ ପୀଠ ନିମନ୍ତେ ମଧ୍ୟ ପୂଜକ ଏବଂ ଚଣ୍ଡୀପାଠକ ବରଣ କରାଯିବେ । ଶ୍ରୀକ୍ଷେତ୍ର ମଧ୍ୟରେ ଆଳମଚଣ୍ଡୀ, କପିଳେଶ୍ୱର ଶାସନର ପଞ୍ଚମୁଖୀ ଠାକୁରାଣୀ, ଦକ୍ଷିଣକାଳୀ ଭଳି ଅନେକ ଶକ୍ତିପୀଠ ରହିଛି । ତେବେ ଆଜିର ଦିନରେ ପୀଠ ମାନଙ୍କ ପାଇଁ ମଧ୍ୟ ରାଜଗୁରୁ ପୁରୋହିତ ପୂଜାରୀ ଏବଂ ଚଣ୍ଡୀପାଠକମାନଙ୍କୁ ଷୋଳପୂଜା ପାଇଁ ବରଣ କରିବାର ପରମ୍ପରା ରହି ଆସିଛି ।