(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଭିସିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଚଳିତ ଶିକ୍ଷାବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଏକକ ସିଲାବସ ଲାଗୁ କରାଯିବ । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟପକ ପଦବୀ ଅତିଶୀଘ୍ର ପୂରଣ ହେବ ବୋଲି ବିଶ୍ୱବିଦ୍ୟାଳୟ ଭିସି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।
ଏହାସହ ଗୁଣାତ୍ମକ ମାନ ବି ବଢ଼ିବ ବୋଲି କହିଛନ୍ତି ମନ୍ତ୍ରୀ। ରାଜ୍ୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ଭିସିଙ୍କ ସହ ଆଲୋଚନା ବି ହୋଇଛି। ଏହାଛଡ଼ା ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ରାଜ୍ୟର ୧୦୦ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ତେବେ ସେଥିରୁ ୮୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଯେଉଁ ମାନଙ୍କୁ କୋଚିଂ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।