ଶିଳ୍ପା ସେଟ୍ଟିଙ୍କ ଜନ୍ମ ଦିନରେ ରାଜଙ୍କ ସ୍ପେଶାଲ ଟ୍ୱିଟ

ମୁମ୍ବାଇ: ଆଜି ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା ୪୭ ବର୍ଷ ବୟସରେ ପାଦ ଦେଲେ । ତାଙ୍କ ଜନ୍ମ ଦିନରେ ସୋସିଆଲ୍ ମିଡିଆରେ ମିଳିଛି ଢେର ସାରା ଶୁଭକାମନା । ହେଲେ ଖାସ କରି ଏକ ନିର୍ଦ୍ଧିଷ୍ଟ ଟୁଇଟ୍ କିନ୍ତୁ ତାଙ୍କୁ ସବୁଠୁ ଅଧିକ ଖୁସୀ ଆଣିଦେଇଛି । ଏଠି ଟ୍ୱିଟ ଆଉ କେହି ନିଁହେ ବରଂ ସ୍ୱାମୀ ରାଜ କୁନ୍ଦ୍ରା ହିଁ କରିଛନ୍ତି । ତାଙ୍କ ଏହି ପ୍ରେମ ଭରା ଟୁଇଟ୍ ହିଁ ସାଜିଛି ଶିଳ୍ପା ଙ୍କ ପାଇଁ ସାଜିଛି ସ୍ପେଶାଲ ଗିଫ୍ଟ । ପ୍ରାୟ ବର୍ଷେ ପୂର୍ବରୁ ଅଶ୍ଳୀଳ ଫିଲ୍ମ ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଥିଲେ । ସେହି ସମୟରେ ରାଜ କୁନ୍ଦ୍ରା ସମସ୍ତ ପ୍ରକାର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଦୂରେଇ ଯାଇଥିଲେ । ହେଲେ ସ୍ତ୍ରୀଙ୍କ ଜନ୍ମ ଦିନରେ ଏଭଳି ଟ୍ୱିଟ କରି ଚର୍ଚ୍ଚାରେ ରାଜ କୁନ୍ଦ୍ରା ।