ଖୁସି ଖବର: ପିତା ମାତା ହେଲେ କିଆରା ଓ ସିଦ୍ଧାର୍ଥ

ମୁମ୍ବାଇ: କିଆରା ଓ ସିଦ୍ଧାର୍ଥଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ମା’ ହେଲେ କିଆରା ଆଡଭାନୀ । କିଆରା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ୧୫ ଜୁଲାଇ ରାତିରେ କିଆରା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ କିଆରା ଓ ସିଦ୍ଧାର୍ଥ ଏହି ଖୁସି ଖବର ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ”ଆମ ଜୀବନର ସବୁଠାରୁ ବଡ଼ ଉପହାର… ଶୀଘ୍ର ଆସୁଛି।  ଏବଂ ଆମର ଦୁନିଆ ସବୁଦିନ ପାଇଁ ବଦଳି ଯାଇଛି। ଆମେ ଏକ ଶିଶୁ କନ୍ୟାକୁ ସ୍ୱାଗତ କରି ଧନ୍ୟ ମନେ କରୁଛୁ।” ଗତ ଫେବୃଆରୀ ୨୮ରେ ଗର୍ଭବତୀ ଥିବା ନେଇ କିଆରା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ। କ୍ୟାପ୍‌ଶନରେ ଲେଖିଥିଲେ, “ଆମ ଜୀବନର ସବୁଠାରୁ ବଡ଼ ଉପହାର। ଶୀଘ୍ର ଆସୁଛି। ସୂଚନା ଅନୁଯାୟୀ, ସିଦ୍ଧାର୍ଥ ଏବଂ କିଆରା ପ୍ରଥମେ ଶେରଶାହରେ ନଜର ଆସିଥିଲେ । ଯେଉଁଠାରେ ସିଦ୍ଧାର୍ଥ କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ କିଆରା ତାଙ୍କ ପ୍ରେମିକା ଡିମ୍ପଲ ଚିମାଙ୍କ ଭୂମିକାରେ ନଜର ଆସିଥିଲେ । ସେମାନଙ୍କର ରିଲ-ଲାଇଫ୍ ପ୍ରେମ କାହାଣୀ ଏକ ବାସ୍ତବ ପ୍ରେମ କାହାଣୀରେ ପରିଣତ ହୋଇଥିଲା । ଏହି ଦମ୍ପତି ୨୦୨୩ ମସିହା ଫେବୃଆରୀ ୭ରେ ରାଜସ୍ଥାନର ଜୟସଲମେରସ୍ଥିତ ସୂର୍ଯ୍ୟଗଢ଼ ପ୍ୟାଲେସରେ ବିବାହ କରିଥିଲେ । ବିବାହର ଅଢେଇ ବର୍ଷ ପରେ ପ୍ରଥମ ଥର ମାତାପିତା ହୋଇଛନ୍ତି।

 

View this post on Instagram

 

A post shared by Sidharth Malhotra (@sidmalhotra)