ଶ୍ରୀମନ୍ଦିର ଉପରେ ବିବାଦୀୟ ବୟାନ ଦେଇ ଅଡୁଆରେ ଶୁଭଙ୍କର

ଜଗତର ନାଥ ଜଗନ୍ନାଥ , ତାଙ୍କୁ ବା ଅସମାନ କିଏ ବା ସହିବ । କୋଟି ଓଡିଆଙ୍କ ମଉଡମଣି ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ଦେଶ ବିଦେଶରୁ ଅନେକ ଭକ୍ତ ଦୌଉଡି ଆସିଥାଆନ୍ତି ଜଗାର ସେ ଚକାନୟନ ଦୁଇଟିକୁ ଦେଖିବା ଲାଗି । ପ୍ରତିଦିନ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । କୁହନ୍ତି ଶ୍ରୀମନ୍ଦିର ଆସିଚ ଜଗାକୁ ଦେଖିଲା ପରେ …. ମା ଲକ୍ଷ୍ମୀଙ୍କୁ ବି ଦର୍ଶନ କରିଯିବ । କାରଣ ଭକ୍ତବତ୍ସଳ ମହାବାହୁ ଜ୍ୟେଷ୍ଠ ଭ୍ରାତା ଏବଂ ଭଗିନୀଙ୍କୁ ଯେତେ ପ୍ରେମ କରନ୍ତି ସାଆନ୍ତାଣୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତି ମଧ୍ୟ ସାଆନ୍ତେଙ୍କ ଭାରି ଶରଧା । ଆଉ ତାଙ୍କରି ନାମରେ ଆଜି ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀକ୍ଷେତ୍ର । ହେଲେ ତାଙ୍କୁ ଅପମାନ…. ଯାହାକୁ ନେଇ କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି  ।

Jagannath Puri Temple Darshan(2025)

ତେବେ ସୋସିଆଲ୍ ମିଡିଆରେ ଜଗନ୍ନାଥ ମନ୍ଦିରକୁ ନେଇ ଅନେକ ସମୟରେ ଅନେକ ବିବାଦ ଦେଖାଯାଏ । ଆଉ ଏସବୁ ଭିତରେ ଏବେ ଦେଶର ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ଟିପ୍ପଣୀ ଏବେ ବେଶ ଚର୍ଚ୍ଚାରେ ଅଛି । ଶ୍ରୀମନ୍ଦିର ଉପରେ ମିଛ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଶୁଭଙ୍କରୱ । ସେ କହିଛନ୍ତି ଶ୍ରୀମନ୍ଦିରକୁ ଯଦି ପ୍ରେମୀଯୁଗଳ ଆସନ୍ତି , ତାହାଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ । ସେମାନେ ପ୍ରେମରେ କେବେ ସଫଳ ହେବେ ନାହିଁ କି ବିବାହ କରିପାରିବେ ନାହିଁ । କାରଣ ଶ୍ରୀମନ୍ଦିର ଉପରେ ମାଆ ରାଧାରାଣୀଙ୍କ ଅଭିଶାପ ପଡ଼ିଛି । ମା’ ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ସ୍ବରୂପରେ ଦର୍ଶନ କରିବାକୁ ଯାଉଥିବା ସମୟରେ ସେବାୟତମାନେ ତାଙ୍କୁ ଅଟକାଇଥିଲେ ଏବଂ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି । ଆପଣ କିଭଳି ଭିତରକୁ ଆସିଲେ । ଏକଥା ଶୁଣି ମା’ଶ୍ରୀରାଧା ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ । ଏଭଳି ବୟାନ ଦେଇ ଶୁଭଙ୍କର ଏବେ ବିବାଦ ଘେରରେ ଫସିଯାଇଛନ୍ତି । ଯାହାକୁ ନେଇ ଅନେକ ସମାଲୋଚନା କରାଯାଉଛି । ଏଭଳି ଭୁଲ୍ ଉପସ୍ଥପନକୁ ନେଇ ସୋସିଆଲ୍ ମିଡିଆରେ ଛାୟୀ ଭଳି ଖେଳି ଯାଇଥିବା ବେଳେ ଅନେକ ଓଡ଼ିଆଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି ।

Shubhankar Mishra Net Worth : shubhankar mishra Salary, Age, Carrier and  Wife Name - Abujhmarh Times

ଆପଣଙ୍କୁ କହିରଖୁଛୁ କୁ ଶୁଭଙ୍କର ମିଶ୍ର ଜଣେ ଜଣାଶୁଣା ଭାରତୀୟ ସାମ୍ବାଦିକ। ସେ ଜଣେ ନ୍ୟୁଜ୍ ଆଙ୍କର, ୟୁଟ୍ୟୁବର ଏବଂ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର୍। ତାଙ୍କର କଠିନ ପରିଶ୍ରମ ଏବଂ ଶକ୍ତିଶାଳୀ ଆଙ୍କରିଂ ତାଙ୍କୁ ନ୍ୟୁଜ୍ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଶୁଭଙ୍କର ଇଣ୍ଡିଆ ନ୍ୟୁଜ୍ , ଜୀ ନ୍ୟୁଜ୍ , ଟିଭି୯ ଭାରତବର୍ଷ ଏବଂ ଆଜ୍ ତକ୍ ଭଳି ପ୍ରମୁଖ ଚ୍ୟାନେଲରେ କାମ କରିଛନ୍ତି । ବର୍ତ୍ତମାନ, ସେ ଜଣେ ଫ୍ରିଲାନ୍ସ ସାମ୍ବାଦିକ ଭାବରେ କାମ କରନ୍ତି ଏବଂ ନ୍ୟୁଜ୍ବୁକ୍ ଏବଂ କ୍ରିକେଟବୁକ୍ ଭଳି ଡିଜିଟାଲ ପ୍ଲାଟଫର୍ମ ସହିତ ଜଡିତ। ୟୁଟ୍ୟୁବରେ ତାଙ୍କର ୬୦ ଲକ୍ଷ ସବସ୍କ୍ରାଇବର ଥିବା ବେଳେ ଇନଷ୍ଟାଗ୍ରାମରରେ ୧.୧୯ କୋଟି ଫଲୋଅର୍ସ ଅଛନ୍ତି ।