ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପାର୍ଥୀ ଶିଶିର ମିଶ୍ର

ଗଞ୍ଜାମ / ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପାର୍ଥୀ ହୋଇଛନ୍ତି ଶିଶିର ମିଶ୍ର  । ଯିଏକି ବିଜେପିର ରାଜ୍ଯ କାର୍ଯ୍ୟକାରଣି ସଦସ୍ଯ ଥିବା ବେଳେ ସେ ଚାରି ବର୍ଷ ହେବ ହିଞ୍ଜିଳି ଅଂଚଳର ବିଜେପି କୁ ମଜଭୁତ କରିବାରେ ଉଦ୍ୟମ କରୁଥିଲେ । ସ୍ବାଧିନତା ସଂଗ୍ରାମୀ ଜଗନ୍ନାଥ ମିଶ୍ରଙ୍କ ସେ ନାତି ଓ ପିତା ତାରା ମିଶ୍ର ବୋଲି ସୂଚନା ମିଳିଥିବା ବେଳେ ସେ ଜଣେ ସଫଳ ବ୍ୟବସାୟି । ସେ ପିଲାଟି ବେଳରୁ ହିଞ୍ଜିଳି ର ବୃନ୍ଦାବନ ହାଇସ୍କୁଲ ରେ ପାଠ ପଢା ପରେ ପରେ ବିଜ୍ଞାନ ମହାବିଦ୍ୟାଳୟରେ ପାଠପଢା ସାରି ଭୂବନେଶ୍ବର ସେ ଚାଲି ଯାଇଥିଲେ । ଏବେ ସେ ଚାରି ବର୍ଷ ହେବ ହିଞ୍ଜିଳି ଫେରି ବିଜେପିକୁ ସଂଗଠିତ କରୁଥିଲେ ।