ଆଜି ଦେବସ୍ନାନ ପୂର୍ଣ୍ଣିମା,ଲାଗୁହେଲା ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା

ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ।

(ପୁରୀ) : ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ବଡ଼ଦେଉଳ ରତ୍ନ ସିଂହାସନରେ ବର୍ଷତମାମ ମହାପ୍ରଭୁଙ୍କ ସ୍ନାନବିଧି ପାଳନ ହୋଇ ଆସୁଛି । ଦେବସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଅଧିବାସିତ ଜଳରେ ସ୍ନାନବେଦିରେ ଭକ୍ତଙ୍କ ଆଗରେ ସ୍ନାନ କରିବେ । ଦେବସ୍ନାନ ତିଥିରେ ଅନ୍ୟତମ ମୁଖ୍ୟ ଆକର୍ଷଣ ପ୍ରଭୁଙ୍କ ହାତୀ ବେଶ । ଅପରାହ୍ନ ୧୨ଟା ୪୫ ମିନିଟରୁ ଅଢ଼େଇଟା ମଧ୍ୟରେ ହାତୀବେଶ ଲାଗି ଶେଷ କରାଯିବାକୁ ପ୍ରସ୍ତୁତି ହୋଇଛି ।

 

ତେବେ ଭକ୍ତମାନେ ସାହାଣମେଲା ଦର୍ଶନ ସ୍ନାନ ବେଦିରେ କରୁଛନ୍ତି । ଏହି ଦର୍ଶନ ବାହୁଡ଼ା ପହଣ୍ଡି ପର୍ଯ୍ୟନ୍ତ ଚାଲିବ । ଭକ୍ତମାନେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବେ । ମହାପ୍ରଭୁ ସ୍ନାନବେଦିରେ ଅଧିଷ୍ଠିତ ହୋଇଛନ୍ତ। ପରେ ସ୍ନାନବେଦି ସାମ୍ନା ଓ ଉଭୟ ପାଶ୍ୱର୍ରେ ଦର୍ଶନ ଅବରୋଧ ନ କରିବାକୁ ନିଷ୍ପତ୍ତି ହୋଇଛି ।

 

ସୂଚନାନୁଯାୟୀ ,  ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ପୁରୀରେ ଲାଗୁହୋଇଛି ସ୍ୱତନ୍ତ୍ର ଟ୍ରାଫିକ୍‌ କଟକଣା । ଅନ୍ତଃରାଜ୍ୟ ଟୁରିଷ୍ଟ ବସଗୁଡିକ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ । ପୁରୀକୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ମେଡିକାଲ ଛକରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ପାର୍କିଂ କରିବେ । ଯାତ୍ରୀକା ପାର୍କିଂର ଲୋକମାନେ ଟାଉନ ବସରେ ମେଡିକାଲ ଛକ ପର୍ଯ୍ୟନ୍ତ ଆସିପାରିବେ । ସ୍ନାନପୂର୍ଣ୍ଣିମା ଟ୍ରାଫିକ କଟକଣା ୧୩ ତାରିଖ ମଧ୍ୟରାତିରୁ ଲାଗୁ କରାଯାଇଛି । ସ୍ନାନପୂର୍ଣ୍ଣିମା ପାଇଁ ୫୨ ପ୍ଳାଟୁନ ଫୋର୍ସ, ୩୬୫ ଅଫିସର ନିୟୋଜିତ ହୋଇଛନ୍ତି ।