ମହାମାରୀ କାଳରେ ଏସଏଚଜିଗୁଡିକ ଦେଶର ବହୁ ସେବା କରିଛନ୍ତି: ମୋଦି

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାଳରେ ମହିଳାଙ୍କ ଭୂମିକା ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ କହିଛନ୍ତି । ମହାମାରୀ କାଳରେ ଏସଏସଜି ମହିଳାମାନେ ମାସ୍କ, ସାନିଟାଇଜର ପ୍ରସ୍ତୁତ କରିବ।। ସହ ଲୋକଙ୍କ ମଧ୍ୟରେ ସଂକ୍ରମଣକୁ ନେଇ ସଚେତନତା ସୃଷ୍ଟି କରିଛନ୍ତି ତାହା ଅତୁଳନୀୟ । ୪୨କୋଟି ଜନଧନ ଆକାଉଣ୍ଟରୁ ୫୫ ପ୍ରତିଶତ ମହିଳା ସାମିଲ ହୋଇଥିବା ମୋଦି ଜଣାଇଛନ୍ତି । ‘ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ଭବ’ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ମହିଳା ଏସଏଚଜିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ କହିଛନ୍ତି, ମୁଁ ଆମର ଦେଶର ବିକାଶରେ ତଥା ପରିବାରକୁ ସ୍ୱଚ୍ଛଳ କରିବା ଦିଗରେ ସେମାନଙ୍କ ଅବଦାନ ପାଇଁ ଅଭିନନ୍ଦନ ଜଣାଉଛି । ଏହି ଅବସରରେ ୪ ଲକ୍ଷ ଏସଏଚଜିକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ୧,୬୨୫ କୋଟି ଟଙ୍କାର ଏକ ସହାୟତା ଫଣ୍ଡ ରିଲିଜ କରିଛନ୍ତି । ଏଥିସହ ପିଏମଏଫଏମଇ ଅନ୍ତର୍ଗତ ୭,୫୦୦ ଏସଏଚଜିଙ୍କ ପାଇଁ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ମୋଦି ଆହୁରି କହିଛନ୍ତି, ଆମ ସରକାର ମହିଳା ସ୍ୱୟଂ ସାହୟକ ଗୋଷ୍ଠୀଙ୍କୁ ପୂର୍ବ ସରକାର ତୁଳନାରେ ଅଧିକ ସହାୟତା ପ୍ରାଦନ କରୁଛନ୍ତି । ଆମେ ଏସଏଚଜି ମହିଳାଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଛୁ ଓ ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରୁଛୁ । ପୂର୍ବରୁ ଋଣରୁ ୯ ପ୍ରତିଶତ ବ୍ୟାଡ ଲୋନ ଥିବା ବେଳେ ଏବେ ଏହା ହ୍ରାସ ପାଇ ୨-୨.୫ ପ୍ରତିଶତରେ ପହଞ୍ଚିଛି । ଦେଶ ଭଉଣୀମାନଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରୁଛି ।