ଖୁବ୍ ଶୀଘ୍ର ଆସିବ ଶାର୍କ ଟ୍ୟାଙ୍କ ସିଜିନ-୩

ମୁମ୍ବାଇ: ବିଜନେସ ରିଆଲିଟି ଶୋ ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ର ପ୍ରଥମ ଓ ଦ୍ୱିତୀୟ ସିଜିନ ଖୁବ ସୁପର ହିଟ ହୋଇଛି ।ବର୍ତ୍ତମାନ ଏହାର ତୃତୀୟ ସିଜିନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦେଶର ପ୍ରତ୍ୟକ ନାଗରିକ । ଏହି ଶୋ’ ଖୁବ୍ ଶୀଘ୍ର ସୋନି ଚ୍ୟାନେଲରେ ପ୍ରସାରିତ ହେବ । ଏହାର ତାରିଖ ଏବଂ ସମୟ ଘୋଷଣା କରାଯାଇଛି । ଅନେକ ସ୍ଥାନୀୟ ବ୍ୟବସାୟକୁ ସୁଯୋଗ ଦେବା ଏବଂ ଦୁଇଟି ସିଜିନରେ ବଡ କମ୍ପାନୀଗୁଡିକୁ ପାଣ୍ଠି ଦେବା ପରେ ଶାର୍କ ଟ୍ୟାଙ୍କ ଇଣ୍ଡିଆ ଏହାର ପରବର୍ତ୍ତୀ ସିଜିନ୍ ଆଣିବାକୁ ଯାଉଛି । ଶୋ ପାଇଁ ପଞ୍ଜୀକରଣ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ଏବଂ ଏହି ମାସ ଶେଷ ପର୍ୟ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ।

ତେବେ ସୋନି ଟିଭି ଏକ ହାସ୍ୟପୁର୍ଣ୍ଣ ପ୍ରୋମୋ ସହିତ ଶାର୍କ ଟ୍ୟାଙ୍କ ଇଣ୍ଡିଆ ସଜିନ୍ ୩ ଘୋଷଣା କରିଛି ।ଏହାର ସୋ’ର ଡେବ୍ୟୁ ସିଜିନ୍ ରେ, ‘ସାର୍କ’ ୬୭ ଟି ସ୍ଥାନୀୟ ବ୍ୟବସାୟରେ ପ୍ରାୟ ୪୨ କୋଟି ଟଙ୍କା ବିନିଯୋଗ କରିଥିବାବେଳେ, ସିଜିନ୍ ୨ ରେ ଏହି ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ଅର୍ଥାତ୍ ୮୧.୧୬ କୋଟି ଟଙ୍କା ବିନିଯୋଗ କରିଥିଲେ। ତେବେ ଏହାର ତୃତୀୟ ସିଜିନ୍ ରେ, ସିଜିନ୍ ୨ ତୁଳନାରେ ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି ।