ବିଗ୍‌ ବସ୍ ଘରେ ଶମିତା ସେଟ୍ଟୀଙ୍କ ମା ସୁନନ୍ଦା ସେଟ୍ଟୀ

ସିଳ୍ପା ସେଟ୍ଟୀଙ୍କ ଭଉଣୀ ଶମିତା ସେଟ୍ଟୀ ବିଗ୍‌ ବସ୍‌ ଓଟିଟିରେ ଜଣେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି ।

 (ମୁମ୍ବାଇ) : ସିଳ୍ପା ସେଟ୍ଟୀଙ୍କ ଭଉଣୀ ଶମିତା ସେଟ୍ଟୀ ବିଗ୍‌ ବସ୍‌ ଓଟିଟିରେ ଜଣେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି । ସଦ୍ୟ ଏପିସୋଡ୍‌ରେ ଲୋକଙ୍କୁ ବନ୍ଧୁ ଓ ପରିବାର ସହ ମିଶିବାର ସୁଯୋଗ ଦିଆଯାଇଛି । ଏହି କ୍ରମରେ ଶମିତାଙ୍କୁ ଭେଟିବା ପାଇଁ ତାଙ୍କର ମାଆ ସୁନନ୍ଦା ସେଟ୍ଟୀ ସେଠାରେ ପହଞ୍ଚି ଥିଲେ । ବିଗ୍‌ ବସ୍‌ ଘର ଭିତରେ ସେ ନିଜ ଝିଅକ କନେକ୍ସନ ଥିବା ରାକେଶ ବାପଟଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ରାକେଷ ବ୍ଲଶ୍ କରିବା ଓ ଖୁସି ହେବାର ନଜର ଆସିଥିଲେ ।

ସୂଚନାନୁଯାୟୀ , ସଦ୍ୟ ଏପିସୋଡ୍‌ରେ ଲୋକଙ୍କୁ ବନ୍ଧୁ ଓ ପରିବାର ସହ ମିଶିବାର ସୁଯୋଗ ଦିଆଯାଇଛି । ଏହି କ୍ରମରେ ଶମିତାଙ୍କୁ ଭେଟିବା ପାଇଁ ତାଙ୍କର ମାଆ ସୁନନ୍ଦା ସେଟ୍ଟୀ ସେଠାରେ ପହଞ୍ଚି ଥିଲେ । ଶମିତା ମଧ୍ୟ ଇମୋସନାଲ ଦେଖା ଯାଉଥିଲେ । ଶୋ’ ର ଏହି କ୍ଲିପ୍‌ ସୋସିଆଲ ମଡି଼ଆରେ ବହୁତ ଭାଇରାଲ ହୋଇଛି । ଲୋକେ କମେଣ୍ଟ ବକ୍ସରେ ସୁନନ୍ଦା ସେଟ୍ଟୀଙ୍କର ମଧ୍ୟ ଖୁବ୍‌ ପ୍ରଶଂସା କରିଥିଲେ । ମାଆଙ୍କୁ ଦେଖି କାନ୍ଦି ପକାଇ ଥିଲେ ଶମିତା । ବିଗ୍‌ ବସ୍‌ରେ ପ୍ରତି ଥର ପ୍ରତିଯୋଗୀଙ୍କ ସହ ଭେଟିବାକୁ ତାଙ୍କର ପରିବାରର ସଦସ୍ୟ ଆସିଥାନ୍ତି । ଶମିତାଙ୍କୁ ଭେଟିବାକୁ ତାଙ୍କ ମାଆ ସୁନନ୍ଦା ସେଟ୍ଟୀ ଆସିଥିଲେ ।