ସମାଜବାଦୀ ପାର୍ଟିରେ ମିଶିଲେ ୭ ବିଧାୟକ

0

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା । ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସାମିଲ ହେଲେ ସମାଜବାଦୀ ପାର୍ଟିରେ । ସେହିପରି ଅନ୍ୟପଟେ ବିଏସପିର ୬ ନିଲମ୍ବିତ ବିଧାୟକ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଉତତର ପ୍ରଦେଶରୁ ବିଜେପି ସଫା ହୋଇଯିବ ବୋଲି କହିଛନ୍ତି ଅଖିଳେଶ ଯାଦବ । ଏଥିସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ବିଜେପି ଘୋଷଣାପତ୍ରରେ ଦେଇଥିବା ପ୍ରତିଶୃତି ପୂରଣ କରିନାହିଁ । ୨୦୨୨ ବେଳକୁ ଚାଷୀଙ୍କ ଆୟ ଦୁଇଗୁଣା ହୋଇଯିବ ବୋଲି ଦଳ ଘୋଷଣା କରିଥିଲା, ହେଲେ ଆଜି ଚାଷୀ ଜାଣିବାକୁ ଚାହୁଁଛନ୍ତି ଆୟ ଦୁଇଗୁଣା କେବେ ହେବ । ଘୋଷଣା ପତ୍ରରେ ଥିବା ଗୋଟିଏ ବି ପ୍ରତିଶ୍ରୁତି ଯୋଗୀ ସରକାର ପୂରଣ କରିନି ।