(ରିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ): ଖରାଦିନେ ଦେଖରୁ ଝାଳ ବାହାରିଥାଏ । ଯାହା ଫଳରେ ଶରୀରରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରିଥାଏ । ଯାହ ଫଳରେ ଅପାଣ କାହା ପାଖରେ ବସିବାବେଳେ ନିଜକୁ ସହଜ ମନେ କରନ୍ତି ନାହିଁ । ତଣୁ କରି ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ ।
ଖରାଦିନେ ଝାଳ ଦୁର୍ଗନ୍ଧରୁ ରକ୍ଷା ପାଇବା ପାଇଁ ଅତର ପକାନ୍ତୁ, ଅଶ୍ୱସ୍ତକର ଲାଗିବନାହିଁ । ଏହି ସମୟରେ ଥଣ୍ଡା ଓ ମିଠାବାସ୍ନାଯୁକ୍ତ ଅତର ବ୍ୟବହାର ଭଲ । ଚନ୍ଦନ ଗୋଲାପ , ମଲ୍ଲୀ , ଷ୍ଟ୍ରେବେରୀ , ଲେମ୍ବୁ କମଳା କିମ୍ବା ଚନ୍ଦନ ଗୋଲାପର ମିଶ୍ରିତ ଅତର ଦେହକୁ ଥଣ୍ଡା ରଖେ । ବାସ୍ନା ମଧ୍ୟ ଅଧିକ ସମୟ ରହେ । ସବୁବେଳେ ଗୋଟିଏ ନିଦ୍ଦିଷ୍ଟ ବ୍ରାଣ୍ଡର୍ ଅତର ବ୍ୟବହାର କରିବା ଉଚିତ । କିଣିବା ବେଳେ ଏହାର ଗୁଣ ମାନ ଯାଞ୍ଚ କରନ୍ତୁ । ବାସ୍ନା ଜାଣିବା ନାଇଁ ଦୋକାଦନ ବାହାରକୁ ଆସି ଅତର ହାତରେ ଲଗାନ୍ତୁ ଏବଂ କିଛି ସମୟ ଯାଏ ଏଣେତେଣେ ବୁଲନ୍ତୁ । ଏହା ଦ୍ୱାରା ଠିକ୍ ବାସ୍ନା ଓ ଅତରର ସ୍ଥାୟିତ୍ୱ ଜଣାପଡ଼େ ।