ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଲାଗିଛି ଝଟକା । ଦଳ ଛାଡିଲେ କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ତେବେ ସେ ୨୦୧୪ରେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ସହ ସେ କଂଗ୍ରେସରୁ ୨ଥର ବିଧାୟକ ଥିଲେ । ଏବେ ସେ କଂଗ୍ରେସ ଛାଡି ଛନ୍ତି । କିନ୍ତୁ ସେ କେଉଁ ଦଳରେ ସାମିଲ ହେବେ ତାକୁ ନେଇ କୌଣସି ସୂଚନା ନାହିଁ ।