ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ସଂଯୁକ୍ତା ଦାଶ

ଜଗତସିଂହପୁର/ ସଞ୍ଜୁ –ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ ସହକାରୀ ସଂଯୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ଭିତ୍ତିକରି ୪ ଟି ସ୍ଥାନରେ ଚଢାଉ କରିଛି । ଭିଜିଲାନ୍ସ ଜଗତ୍‌ସିଂହପୁର ଜିଲ୍ଲାର ତରିକୁନ୍ଦସ୍ଥିିତ ସାତପୁରାରେ ଥିବା ସଂଯୁକ୍ତାଙ୍କ ୨ ମହଲା ବିଶିଷ୍ଟ ବାସଭବନରେ, ପାଣିସାଳିଆରେ ଥିବା ଦୁଇ ମହଲା ବିଶିଷ୍ଟ ଘରେ, କଟକର ମହାନଦୀ ବିହାରରେ ଥିବା ୩ ବିଏଚ୍‌କେ ଫ୍ଲାଟ୍‌ରେ ଓ ଜଗତ୍‌ସିଂହପୁରରେ ଥିବା ସବ୍-କଲେକ୍ଟରଙ୍କ କାର୍ୟ୍ୟାଳୟର ଅଫିସ୍‌ ରୁମ୍‌ରେ ଚଢ଼ାଉ କରିଥିବା ସୂଚନା ରହିଛି।