ନୂଆଦିଲ୍ଲୀ: ପୁଣି ଥରେ ଅସୁସ୍ଥ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ।ଗତକାଲି ରାତି ୯ ଟାରେ ମଥୁରା ରୋଡରେ ଥିବା ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ , ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ଆଡଭାନୀଙ୍କ ଚିକିତ୍ସା କରାଯାଉଛି । ଗତ ସପ୍ତାହେ ପୂର୍ବରୁ ମଧ୍ୟ ଆଡଭାନୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବୟସାଧିକ ସ୍ୱାସ୍ଥ୍ୟା ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା । ତା’ ପରଦିନ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା । ଆଡଭାନୀ ଦୀର୍ଘ ଦିନ ହେଲା ବୟସାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ସେଥିପାଇଁ ତାଙ୍କୁ ଘରେ ନିୟମିତ ଭାବେ ଚେକଅପ କରାଯାଉଛି । ସୂଚନା ଅନୁଯାୟୀ, ଏଲ. କେ ଆଡଭାନୀଙ୍କ ବୟସ ୯୬ ବର୍ଷ । ବାର୍ଦ୍ଧକ୍ୟ ଯୋଗୁ ଗତ କିଛି ମାସ ହେଲା ସେସ୍ୱାସ୍ଥ୍ୟାଗତ ସମସ୍ୟାରେ ପୀଡିତ ରହିଛନ୍ତି ।