ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେଡଇ ନେତା ଦାମୋଦର ରାଉତ

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେଡଇ ନେତା ଦାମ ରାଉତ । ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତାଙ୍କର ଶେଷକୃତ୍ୟ ସମୟରେ ସ୍ୱର୍ଗଦ୍ୱାରରେ ପୁରୀ ଏସପି ପିନାକ ମିଶ୍ର , ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ତେବେ ଗତକାଲି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ୮୨ ବର୍ଷ ବୟୟରେ ଦେହାନ୍ତ ହୋଇଥିଲା ।