(ମମତା ସାମଲ)ରିପୋର୍ଟସଟୁଡେ: ଭଣ୍ଡବାବା ଗିରଫ । ବଲାଙ୍ଗୀର ଘୁଟୁପାଲି ଗାଁର ଭଣ୍ଡବାବା ବସନ୍ତ ବାଗଙ୍କୁ ଗିରଫ କରିଛି ଖଡିଆଳ ପୋଲିସ । ଯୁବତୀକୁ ଅସଦାଚରଣ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁଯାୟୀ ଲାଂଜି କଟାପଡା ଗାଁର ଜଣେ ନାବାଳିକା ଅସୁସ୍ଥ ଥିଲେ । ପରେ ପରିବାରଲୋକେ ତାଙ୍କୁ ଝଡାଫୁଙ୍କା କରିବା ପାଇଁ ଘରକୁ ବସନ୍ତ କୁମାର ବାଗ ନାମକ ବାବାଙ୍କୁ ଡାକିଥିଲେ । ଏହାପରେ ବାବା ସମସ୍ତଙ୍କୁ ଘରୁ ବାହାରି ଯିବାକୁ କହି ଝଡାଫୁଙ୍କା ନାଁରେ ଅସଦାଚରଣ କରିଥିଲେ । ନାବାଳିକା ଜଣକ ଅଧିକ ଅସୁସ୍ଥ ହୋଇପଡିଥିଲେ । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହାପରେ ବାବାଙ୍କ ନାଁରେ ପରିବାରଲୋକେ ଥାନାରେ ଅସଦାଚରଣ ଅଭିଯୋଗ କରିଥିଲେ। ଆଜି ଭଣ୍ଡବାବା ବସନ୍ତ ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡିଆଳ ପୋଲିସ ।