(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ଶନିବାର ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ନୁଆଦିଲ୍ଲୀ ଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି ।
ଏହି ୪ ଦିନିଆ ଗସ୍ତ ଅବସରରେ ମୋଦି ଓ ହସିନା ମିଳିତ ଭାବେ ୩ଟି ଯୋଜନାର ଉଦଘାଟନ କରିବେ । ଦୁଇ ଦେଶ ମଧ୍ୟରେ ୬ରୁ ୭ଟି ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଦ୍ୱିପାକ୍ଷିକ ଆଲୋଚନା ସମୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ରୋହିଙ୍ଗ୍ୟା ଶରଣାର୍ଥୀ,ତୀସ୍ତା ନଦୀ ସହିତ ଅନ୍ୟ କେତେକ ପ୍ରସଙ୍ଗରେ ଆଲୋଚନା ହେବ ।
ତେବେ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)କୁ ନେଇ କୌଣସି ପ୍ରକାର ଆଲୋଚନା ହେବନାହିଁ ବୋଲି ଜଣାପଡିଛି । ଦୁଇ ଦେଶ ମଧ୍ୟରେ କେବଳ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବ । ଏହା ପରେ ଶେଖ ହସିନା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।