ଅକ୍ଟୋବରରୁ ଖୋଲିପାରେ ସ୍କୁଲ

ଭୁବନେଶ୍ୱର (ରିପୋର୍ଟସ ଟୁଡେ ) : ଆସନ୍ତା ୧୫ ଦିନରେ ଯଦି କରୋନା ସଂକ୍ରମଣ ବୃଦ୍ଧି ନପାଏ ତେବେ ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାବା ସହିତ ପାଠପଢା ଆରମ୍ଭ ହେବ ନେଇ ଆଶଙ୍କା ବୃଦ୍ଧି ପାଇଛି । ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପେରେଟିଂ ପ୍ରୋସିଜୁଅର ବା ଏସଓପି ତିଆରି ଚାଲିଛି । ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓ ଦଶହାରା ପୂର୍ବରୁ ସ୍କୁଲ କ୍ୟାମ୍ପସ ସଫେଇ ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଡିସିପି ଓ ଡିଇଓଙ୍କୁ କୁହାଯାଇଛି ।