ମଧୁପୁରା ନୋଡାଲ ବିଦ୍ୟାଳୟର ବାର୍ଷିକ ଉତ୍ସବ

(ଅଜିତସାହୁ / ଜଳେଶ୍ୱର ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ରଘୁନାଥପୁର ପଂଚାୟତ ମଧୁପୁରା ଉପେନ୍ଦ୍ର ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଯାଇଛି। ସ୍କୁଲ ର ପ୍ରଧାନ ଶିକ୍ଷକ ଚିନ୍ମୟ କୁମାର ନନ୍ଦ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ସରପଞ୍ଚ ପଙ୍କଜିନି ପାଳ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଦାସ,ସମ୍ମାନିତ ଅତିଥି ଭାବେ ବେଲି  କ୍ଲଷ୍ଟର ସିଆରସିସି ସେକ ମୁସଲିମ, ଅଵସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଦ ସୋରେନ, ନାଏବ ସରପଞ୍ଚ ହରେନ୍ଦ୍ର ଦାସ, ସମାଜ ସେବୀ ସରୋଜ କୁମାର ପାଳ,ପ୍ରମୁଖ ଯୋଗ ଦେଇଥିଲା।
ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା, ଏହା ବିଦ୍ୟଳୟ ରୂପରେ ଏକ ଦେବାଳୟ ଅଟେ। ଛାତ୍ରଛାତ୍ରୀ ଙ୍କ ଉତ୍ତମ ଭବିଷ୍ୟତ ଗଠନ ପାଇଁ କେବଳ ବିଦ୍ୟାଳୟ, ଆଉ ଶିକ୍ଷକ ଯତ୍ନବାନ ହେଲେ ହେବନି, ଏଥି ପାଇଁ ଅବିଭାବକ, ପରିଚାଳନା କମିଟି ଓ ପାରିପାର୍ଶ୍ବିକ ପରିବେଶ ମଧ୍ୟ ସମାନ ଭାବେ ଦାୟୀ ବୋଲି ମଂଚାସିନ ଅତିଥି ମାନେ ବକ୍ତବ୍ୟ ଦେଇଥିଲେ।ଶେଷରେ ମଂଚାଷୀନ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ବିଭାଗ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା। ବିଦ୍ୟାଳୟ ର ସହକାରୀ ଶିକ୍ଷକ ସଦାଶିବ ସେଠି ଅତିଥି ପରିଚୟ ଦେଇଥିବା ବେଳେ,ସ୍କୁଲ ପରିଚାଳନା କମିଟିର ଅଧକ୍ଷ ସୁବାଷ ଚନ୍ଦ୍ର ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।