ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ ଜେଲରେ ଥିବା ମୁସ୍କାନ ମାଆ ହେବାକୁ ଯାଉଛନ୍ତି…

ମିରଟ୍‌ରେ ବହୁ ଚର୍ଚ୍ଚିତ ସୈାରଭ ରାଜପୁତ ହତ୍ୟା ମାମଲା । ସ୍ୱାମୀ ସୈାରଭ ରାଜପୁତଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ମୁସ୍କାନ ମା’ ହେବାକୁ ଯାଉଛନ୍ତି । ମୁସ୍କାନଙ୍କ ଗର୍ଭଧାରଣ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସିଏମଓ ଡାକ୍ତର ଅଶୋକ କଟାରିଆ ଏହା ନିଶ୍ଚିତ କରିଛନ୍ତି। ଏହି ସେ କହିଛନ୍ତି ଯେ ଜେଲ ପ୍ରଶାସନଠାରୁ ଚିଠି ପାଇବା ପରେ, ମୁସ୍କାନଙ୍କ ଗର୍ଭଧାରଣ ପରୀକ୍ଷା ପାଇଁ ଏକ ଦଳ ପଠାଯାଇଥିଲା। ଯେଉଁଥିରୁ ଜଣାପଡିଥିଲା ଯେ ମୁସ୍କାନ ମା ହେବାକୁ ଯାଉଛନ୍ତି।


ତେବେ କିଛି ଦିନ ପୂର୍ବରୁ ମୁସ୍କାନ ତାଙ୍କ ପ୍ରେମିକ ସାହିଲ ସହିତ ମିଶି ତାଙ୍କ ସ୍ୱାମୀ ସୌରଭ ରାଜପୁତଙ୍କୁ ଖଣ୍ଡ ଖଣ୍ଡ କରି କାଟି ଏକ ନୀଳ ଡ୍ରମରେ ଭର୍ତ୍ତି କରି ସେଥିରେ ସିମେଣ୍ଟ ଢାଳି ଦେଇଥିଲେ। ମୁସ୍କାନଙ୍କ ଗର୍ଭଧାରଣ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଜେଲରେ ଜନ୍ମ ହୋଇଥିବା ମୁସ୍କାନଙ୍କ ପିଲା କ’ଣ ଅଧିକାର ପାଇବ?


ଭାରତୀୟ ଜେଲରେ ଅନେକ ମହିଳା ଅଛନ୍ତି ଯେଉଁମାନେ ଗର୍ଭବତୀ ଅଛନ୍ତି କିମ୍ବା ନବଜାତ ଶିଶୁ ସହିତ ବନ୍ଦୀ ଅଛନ୍ତି। ନିୟମ ଅନୁଯାୟୀ, ଏପରି ମହିଳାମାନଙ୍କୁ ଶିଶୁ ଜନ୍ମ ପରେ ଗୋଟିଏ ମାସ ପାଇଁ ଏକ ପୃଥକ କୋଠରୀରେ ରଖାଯାଏ, ଯାହା ଦ୍ଵାରା ଶିଶୁଟି କୌଣସି ପ୍ରକାରର ସଂକ୍ରମଣରେ ପୀଡିତ ନହୁଏ ଏବଂ ଉପଯୁକ୍ତ ଯତ୍ନ ପାଏ। ଯଦି ଜଣେ ମହିଳା କଏଦୀଙ୍କର ପୂର୍ବରୁ ଏକ ଛୋଟ ପିଲା ଥାଏ, ତେବେ ତାଙ୍କୁ ୬ ବର୍ଷ ବୟସ ପର୍ୟ୍ୟନ୍ତ ତାଙ୍କ ମାଆଙ୍କ ସହିତ ଜେଲରେ ରହିବାକୁ ଅନୁମତି ଦିଆଯାଏ।

ଏହି ସମୟ ମଧ୍ୟରେ, ଜେଲ ପ୍ରଶାସନ ଧ୍ୟାନ ଦିଏ ଯେ ଜେଲ ପରିବେଶ ପିଲାଙ୍କ ଉପରେ ପ୍ରଭାବ ପକାଇବ ନାହିଁ ଏବଂ ଏଥିପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା କରାଯାଏ। ଭାରତୀୟ ଆଇନ ଅନୁଯାୟୀ, ଜେଲରେ ଜନ୍ମିତ ପିଲାମାନେ ମଧ୍ୟ ଅନ୍ୟ ପିଲାମାନଙ୍କ ପରି ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଭଳି ଅଧିକାର ପାଆନ୍ତି। ଏପରି ପରିସ୍ଥିତିରେ, ଏପରି ପିଲାମାନଙ୍କ ବିକାଶ ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା କରିବା ଜେଲ ପ୍ରଶାସନର ଦାୟିତ୍ୱ।