ଦୁବାଇ: ସୋମବାର ଦିନ ସାଉଦୀର ଏକ କୋର୍ଟ ଜଣେ ଜଣାଶୁଣା ମହିଳା ଅଧିକାର କର୍ମୀ ଲୌଜୈନ ଏଲ ହାଥଲୁଲଙ୍କୁ ୬ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ଏହି ଦଣ୍ଡାଦେଶକୁ ନିନ୍ଦା କରାଯାଇଛି । ଏହି ଦଣ୍ଡାଦେଶ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଓ ୟୁଏସ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମ୍ପର୍କକୁ ଆହ୍ୱାନ କରିଛି । ରିୟାଦର ମାନବାଧିକାର ବ୍ୟବସ୍ଥାକୁ ବାଇଡେନ ସମାଲୋଚନା କରିଛନ୍ତି ।
୩୧ ବର୍ଷୀୟା ହାଥଲୋଲ ସାଉଦୀରେ ମହଳାଙ୍କ ଅଧିକାର ଉପରେ କାର୍ଯ୍ୟକରି ୨୦୧୮ରୁ ଅନ୍ୟ କିଛି ମହିଳା ଅଧିକାର କର୍ମୀଙ୍କ ସହ ଗିରଫ ହୋଇଥିଲେ । ତାଙ୍କ ବିରୋଧରେ ସାଉଦୀ ରାଜନୈତିକ ବିଧି ବ୍ୟବସ୍ଥା ବଦଳାଇବାର ଅଭିଯୋଗ ସହ ଜାତୀୟ ସୁରକ୍ଷା ପ୍ରତି ବିପଦର ମାମଲାରେ ଆତଙ୍କବାଦ ଆଇନ ଲାଗୁ ହୋଇଥିଲା । ଆସନ୍ତା ମାର୍ଚ୍ଚ ସୁଦ୍ଧା ସେ ମୁକ୍ତ ହେବା ସମ୍ଭାବନା ଥିବା ରିୟାଦର ଏକ ପେପର ସୂତ୍ରରୁ ପ୍ରକାଶ । ହାଥଲୁଲଙ୍କ ଭଉଣୀ ଲିନା କହିଛନ୍ତି, ମୋ ଭଉଣୀ କୌଣସି ଆତଙ୍କବାଦୀ ନୁହେଁ । ସେ ଜଣେ ସାମାଜିକ କର୍ମୀ । ଏହା ସାଉଦି ରାଜପରିବାର ମାତ୍ରାଧିକ ଦମନଲୀଳା ବୋଲି ଲିନା କହିଛନ୍ତି ।
ଏସମ୍ପର୍କରେ ଆମେରିକା ମୁଖପାତ୍ର କେଲ ବ୍ରାଉନ କହିଛନ୍ତି, ଆମେରିକା ଏହି ଘଟଣା ସହ ଅବଗତ ଅଛି । ଆମେ ବାକ ସ୍ୱାଧୀନତାକୁ ମହତତ୍ୱ ଦେଇ ଆସିଛୁ ଓ ସାଉଦି ଆରବରେ ମହିଳା ଅଧିକାର ଦିଗରେ ସକ୍ରିୟ ରହିଛୁ । ଆଶା ମାର୍ଚ୍ଚ ପୂର୍ବରୁ ହାଥଲୁଲଙ୍କୁ ମୁକ୍ତ କରାଯିବ ।