(ରିପୋର୍ଟସ ଟୁଡ଼େ) ସମସ୍ତେ ପ୍ରାୟ ପନିର ଖାଇଥିବେ । ହେଲେ ଆପଣ କେବେ ପନିର ଦହି ବରା ଖାଇଛନ୍ତି କି ? ଯଦି ଖାଇନାହାନ୍ତି ଆସନ୍ତୁ ତିଆରି କରିବା ପନିର ଦହି ବରା ।
ଆବଶ୍ୟକ ସାମଗ୍ରୀ : ପନିର ୨୦୦ ଗ୍ରାମ୍, ସିଝା ଆଳୁ ୨ଟି, ଆରାରୁଟ୍ ପାଉଡର, କଟା ଆମ୍ବ କସିଆ ଅଦା, କଟା କଂଚାଲଙ୍କା, ଦହି ୩ ରୁ ୪ କପ୍, ପୁଦିନା ଚଟଣି ଗୋଟେ କପ୍, ଲଙ୍କାଗୁଣ୍ଡ ୧-୨ ଛୋଟ ଚାମଚ, ଭୃସଙ୍ଗା ପତ୍ର , ସୋରିଷ,ଭଜାଜିରା ୨ ରୁ ୩ ଚାମଚ୍, ବିଟ୍ ଲୁଣ , ରିଫାଇ ତେଲ , ଲୁଣ ସ୍ୱାଦ ଅନୁସାରେ ଦେବେ।
ପ୍ରସ୍ତୁତି ପ୍ରଣାଳୀ ; ଏକ ପାତ୍ରରେ ପନିରକୁ ଗୁଣ୍ଡ କରି ଦିଅନ୍ତୁ ଓ ସେଥିରେ ଆଳୁ , ଆରାରୁଟ୍ ପାଉଡର , ଆମ୍ବକସିଆ ଅଦା , ସ୍ୱାଦ ଅନୁସାରେ ଲୁଣ ଓ କଂଚା ଲଙ୍କା ପକାଇ ଭଲଭାବେ ମିଶାଇ ଦିଅନ୍ତୁ । କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେଲା ପରେ ପ୍ରସ୍ତୁତ ମିଶ୍ରଣକୁ ଗୋଲ କରି ଟିକେ ହାତରେ ଚେପଟା କରି ଛାଣନ୍ତୁ । ଏହି ବରା ସାମାନ୍ୟ ବାଦାମୀ ରଙ୍ଗର ହୋଇଗଲେ ଟିସୁ ପେପେର ପ୍ଲେଟରେ ରଖି ସେଥିରେ ବରାକୁ ବାହାର କରି ରଖିଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ଦହିକୁ ଢାଳନ୍ତୁ। ଏଥର ଏକ ପ୍ୟାନରେ ରିଫାଇନ୍ ତେଲ ଗରମ କରି ସେଥିରେ ସୋରିଷ, କଚାଂ ଲଙ୍କା ଓ ଭୃସଙ୍ଗ ପତ୍ର ପକାଇ ଝୁଙ୍କ ଦିଅନ୍ତୁ । ଝୁଙ୍କ ଥଣ୍ଡା ହେବା ପରେ ଦହିରେ ଢାଳି ଦିଅନ୍ତୁ । ଏବେ ବରା ଉପରେ ଛୁଙ୍କ ହୋଇଥିବା ଦହି, ବିଟା ଲୁଣ, ଭଜା ଜିରା, ଟମାଟୋ ସସ୍ , ପୁଦିନା ଚଟଣୀ ଓ ଲଙ୍କାଗୁଣ୍ଡ ପକାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ପନିର ଦହିବରା ।