(ରଜନାକାନ୍ତ ପାତ୍ର/ହିଞ୍ଜିଳି): ହିଂଜିଳି ଥାନା ଅନ୍ତର୍ଗତ କୋଳିଦାସପୁରରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ୮ଟି ବାଲି ବୋଝେଇ ଟ୍ରକ ସହିତ ଟ୍ରାକ୍ଟର, ବାଇକ, ଟିପର ଓ ଜେସିବି ମେସିନ୍ ପୋଡି ଭଙ୍ଗା ରୁଜା କରିଥିବା ଜଣାପଡିଛି ।
ସୂଚନା ମୁତାବକ କିଛି ଦିନ ହେଲା ଆଖପାଖ ଅଞ୍ଚଳର ନଦୀରୁ ଜୋରସୋର ଚୋରା ବାଲି ଉଠାଣ ଚାଲିଛି । ଆଲପୁରୁ, ସିକିରି,ନଦୀକ କୋଳିଦାସପୁରୁ ଏହି ପରି ଅନେକ ସ୍ଥାନରେ ଚାଲିଛି ଚୋରା ବାଲି ଉଠାଣ । ଏହା ଦେଖି ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ଓ ଲିଖିତ ପତ୍ର କରିଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉନଥିବା ସ୍ଥାନୀୟ ଲୋକେ କହିଛନ୍ତି ।