ଏଣିକି ୭ ଦିନ ଗଡ଼ିବ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌

ସପ୍ତାହକୁ ୪ ଦିନ ପରିବର୍ତ୍ତେ ୭ ଦିନ ଗଡ଼ିବ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ।

(ସମ୍ବଲପୁର) : ସପ୍ତାହକୁ ୪ ଦିନ ପରିବର୍ତ୍ତେ ୭ ଦିନ ଗଡ଼ିବ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ । ଯାତ୍ରୀଙ୍କ ସୁବିଧାଜନକ ଯାତ୍ରାକୁ ଦୃଷ୍ଟିରେ ରଖି ୧୫ ତାରିଖରେ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ସପ୍ତାହକୁ ୪ ଦିନ ପରିବର୍ତ୍ତେ ୭ ଦିନ ଗଡ଼ିବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ଏହାବାଦ୍‌ ସମଲେଶ୍ୱରୀ ଏକ୍ସପ୍ରେସ୍‌ର ପୁରୁଣା ବଗିକୁ ପରିବର୍ତ୍ତନ କରାଯାଇ ଏଲ୍‌ଏଚ୍‌ବି କୋଚ୍‌ ଲାଗିଥିବା ନେଇ ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଟ୍ରେନ୍‌ ସଂଖ୍ୟା ୧୮୦୦୫ ହାୱଡ଼ା -ଜଗଦଲପୁର ଏକ୍ସପ୍ରେସ୍‌ ୧୫ ତାରିଖରୁ ସପ୍ତାହକୁ ୭ ଦିନ ଗଡ଼ିବାକୁ ଥିବା ବେଳେ ଟ୍ରେନ୍‌ ସଂଖ୍ୟା ୧୮୦୦୬ ଜଗଦଲପୁର-ହାୱଡ଼ା ଏକ୍ସପ୍ରେସ୍‌ ସବୁଦିନ ଗଡ଼ିବ।