ଡାଉନ୍ ଲୋଡ଼ କରି ଭାଇଜାନଙ୍କ ଫିଲ୍ମ ଦେଖୁଛନ୍ତି କି ?

 (ପ୍ରିୟଦର୍ଶନୀ ସ୍ୱାଇଁ/ମୁମ୍ବାଇ): ଯେଉଁମାନେ ଡିଭିଡି କିମ୍ୱା ଟୋରେଣ୍ଟରୁ ଡାଉନ୍ଲୋଡ କରି ଫିଲ୍ମ ଦେଖନ୍ତି ସେମାନେ ବଲିଉଡ଼୍ ଅଭିନେତା ସଲମାନ ଖାନ ଙ୍କ ଫ୍ୟାନ ନୁହନ୍ତି । ବରଂ ସେମାନେ ହେଉଛନ୍ତି ଶାହରୁଖଖାନଙ୍କ ଫ୍ୟାନ୍ । ନିକଟରେ ସାଉଦି ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇ ଏହା କହିଛନ୍ତି ସଲମାନ । ଯାହା ଶାହରୁଖଙ୍କ ଫ୍ୟାନମାନଙ୍କୁ ଖରାପ ଲାଗିଛି । ଏହି ଫେଷ୍ଟିଭାଲ ଇଭେଣ୍ଟରେ ସଲମାନ ନିଜର ଫ୍ୟାନମାନଙ୍କୁ କହିଥିଲେ କି, ମୁ ସେଭଳି ଲୋକମାନଙ୍କୁ ସମ୍ମାନ କରେ ଯେଉଁମାନେ ଫିଲ୍ମ ଦେଖିବା ପାଇଁ ଥିଏଟର ଯାଇଥାନ୍ତି । ସେମାନେ ହେଉଛନ୍ତି ମୋର ପ୍ରକୃତ ଫ୍ୟାନ । ତେବେ ସଲମାନଙ୍କ ଏହି କଥା ବଲିଉଡ଼ରେ ଚାଞ୍ଚଲ୍ୟ ଖେଳାଇଦେଇଛି ।