ସ୍ୱଦେଶ ଫେରିଲେ ୫ ଭାରତୀୟ ନାଗରିକ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗ୍ରୀସ ଜେଲରେ ବନ୍ଦୀ ଥିବା ୫ ଭାରତୀୟ ନାବିକ ୧୩ ମାସ ପରେ ସ୍ୱଦେଶକୁ ଫେରିଛନ୍ତି । କାର୍ଗୋ ଭେସେଲ ଜାହାଜର ଏହି ନାବିକମାନେ ଥିଲେ । ୨୦୧୭ ଡିସେମ୍ବରରେ ମର୍ଚାଣ୍ଟ କାର୍ଗୋ ଭେସେଲ ଏମଭି ଆଣ୍ଡ୍ରୋମେଡା ସାଇପ୍ରସରୁ ଲିବ୍ୟା ଯାଉଥିବା ସମୟରେ ଏହି ଜାହାଜରେ ୫ ନାବିକ ଥିଲେ । ୨୦୧୮ଜାନୁଆରୀରେ ଜାହାଜଟି ଗ୍ରୀସରେ ପହଞ୍ôଚଥିଲା । ଜାହାଜରେ ବିସ୍ଫୋରକ ସାମଗ୍ରୀ ଅଭିଯୋଗ କରି ସେଠାରେ ୫ ନାବିକଙ୍କୁ ଗିରଫ କରାଯାଇଥିଲା ।