ଓଡେଶାରେ ଋଷର ଆକ୍ରମଣ

ଋଷର ମନମାନିରେ ପୁଣି ବଳିପଡିଲେ ୨୧ଜଣ । ୟୁକ୍ରେନର ଓଡେଶା ଅଂଚଳରେ ଋଷର ପୁଣି ଯୋରଦାର ଆକ୍ରମଣ ହୋଇଛି ।ଏହି ଆକ୍ରମଣରେ ୨ ଶିଶୁଙ୍କ ସମେତ ୧୯ ନାଗରିକ ପ୍ରାଣ ହରାଇଛନ୍ତି । ସେହିପରି ୩୮ଜଣ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି । ଋଷର ଆକ୍ରମଣରେ ଓଡେଶା ଅନ୍ତର୍ଗତ ସେରିବକା ସହରର ବ୍ୟାପକ କ୍ଷତି ଘଟିଛି । ବିଭିନ୍ନ ଆପାର୍ଟମେଣ୍ଟ ଓ କୋଠା ଉପରେ ୨୨ରୁ ଅଧିକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଆକ୍ରମଣ ଯୋଗୁ ସହରର ଏକ ହସ୍ପିଟାଲ, ଏକ ଥିଏଟର ହଲ୍ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଆକ୍ରମଣରୁ ବର୍ତ୍ତିବା ଲାଗି ଏହା ଆଶ୍ରୟସ୍ଥଳୀ ଭାବେ ବ୍ୟବହୃତ ହେଉଥିଲା । ଏହା ସହ ଖାରକିଭ୍ ଅଞ୍ଚଳରେ ମଧ୍ୟ ପୁନର୍ବାର ଆକ୍ରମଣ କରିଛି ଋଷ ।ସେପଟେ ସ୍ନେକ ଆଇଲାଣ୍ଡରୁ ଋଷ ନିଜ ସୈନ୍ୟ ପ୍ରତ୍ୟାହାର କରିଛି । ଏହା ଯୋଗୁ ଶସ୍ୟ ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀର ପରିବହନ ଆରମ୍ଭ ହୋଇଛି । ତେଣେ ପୂର୍ବ ୟୁକ୍ରେନର ଲୁହାନସ୍କକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିଛନ୍ତି ଋଷ ସୈନ୍ୟ । ଖୁବ୍ ଶୀଘ୍ର ଏହି ଅଞ୍ଚଳକୁ ନିଜ କବଜାକୁ ନେବାର ସମ୍ଭାବନା ସୃଷ୍ଟି ହୋଇଛି ।