ୟୁକ୍ରେନର ବଡ଼ ଡ୍ରୋନ ହମଲା । ଋଷର ହେଲା ବ୍ୟାପକ କ୍ଷତି। ୟୁକ୍ରେନର ଡ୍ରୋନ ଆକ୍ରମଣରେ ଋଷର ପାଖଆପାଖି ୪୦ ବିମାନ କ୍ଷତିଗ୍ରସ୍ତ ହୋଇଛି। ଗତକାଲି ଋଷ ଭିତରେ ୫ଟି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା ୟୁକ୍ରେନ। ଅତି କମରେ ୪୦ଟି ବିମାନ କ୍ଷତିଗ୍ରସ୍ତ ହୋଇଥିବା ଦାବି କରିଛି ୟୁକ୍ରେନ। ଯେଉଁଥିରେ ପରମାଣୁ କ୍ଷମତା ସମ୍ପନ୍ନ TU-95 ଏବଂ TU-22 ରଣନୈତିକ ବୋମା ବର୍ଷଣକାରୀ ବିମାନ ରହିଛି। ଏହି ଯୁଦ୍ଧ ବିମାନ ସହାୟତାରେ ୟୁକ୍ରେନ ଉପରକୁ ଲମ୍ବା ରେଞ୍ଜର ମିସାଇଲ ଆକ୍ରମଣ କରିଥିଲା ଋଷିଆ।