ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ୱ କର୍କଟ ଭଳି ଗମ୍ଭୀର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷିଆ ଏକ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତି ଆଣିଦେଇଛି। ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍ସର୍ ଟିକା ପ୍ରସ୍ତୁତ କରିଛୁ , ଯାହା ଆସନ୍ତା ବର୍ଷ ଆରମ୍ଭରେ ଏହି ଭ୍ୟାକ୍ସିନ ରୁଷ ନାଗରିକମାନଙ୍କୁ ମାଗଣାରେ ଦିଆଯିବ । କିନ୍ତୁ ଏହି ଭ୍ୟାକ୍ସିନ କ୍ୟାନସର ରୋଗୀଙ୍କଠାରେ ଲଗାଯିବ ନାହିଁ ବରଂ ଲୋକଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ବ୍ୟବହାର କରାଯିବ । ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ଆଣ୍ଡ୍ରି କାପ୍ରିନ ବୁଧବାର ଏହାର ସୂଚନା ଦେଇଛନ୍ତି ।
ଗାମାଲେୟା ରିସର୍ଚ ସେଣ୍ଟର ଫର୍ ଏପିଡେମିୟୋଲୋଜି ଏଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଏଲାକଜେଣ୍ଡର ଜିଟ୍ସବର୍ଗ ଟିକାକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଟିକାର ପ୍ରି-କ୍ଲିନିକାଲ ପରୀକ୍ଷା କରାଯାଇଛି । ଏହି ଟିକା ଟ୍ୟୁମର ବୃଦ୍ଧି ଓ ସମ୍ଭାବ୍ୟ ମେଟାସାସିସ୍ ଦମନ କରିଥାଏ ।
ଏହା ପୂର୍ବରୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କରିଥିଲେ, ଋଷର ବୈଜ୍ଞାନିକମାନେ କ୍ୟାନ୍ସର ଟିକା ସୃଷ୍ଟି କରିବାକୁ ଯାଉଛନ୍ତି । ଏହି ଟିକା ଖୁବଶିଘ୍ର ରୋଗୀଙ୍କ ପାଇଁ ଉପଲବ୍ଧ ହେବ । ତେବେ କେଉଁ ପ୍ରକାର କ୍ୟାନ୍ସର ପାଇଁ ଏହା ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ । ଏହା ବ୍ୟତିତ ଏହାର ନାମ ପ୍ରକାଶ କରାଯାଇ ନାହିଁ ।