ସେବାୟତଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା

(ଜୟନ୍ତ କୁମାର ସେଠୀ / ଗୋପ) ; ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ସେବାୟତ ଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ମୋଟ ୨୪୬୩ ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି। କୋଭିଡ କଟକଣା ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି। ଏଣୁ ସେବାୟତ ମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏଣୁ ତାଙ୍କୁ ଆର୍ଥିକ ସହାୟତା ଦିଆଯାଇ ଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। କୋଭିଡର ପ୍ରଥମ ଲହରରେ ମଧ୍ୟ ସେବାୟତ ପରିବାର ଙ୍କୁ ୪ ଟି କିସ୍ତି ରେ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ଦିଆଯାଇ ଥିଲା। ତେବେ ଗତ ବର୍ଷର ୫ କିସ୍ତି ଓ ଦ୍ୱିତୀୟ ଲହରର ପ୍ରଥମ ଆର୍ଥିକ ସହାୟତା କିସ୍ତି କୁ ମିଶାଇ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି। ଏଥି ସହିତ ଗତ ଏପ୍ରିଲ ମାସରୁ ସେବାୟତଙ୍କ ଡବଲ ପାଳିଆ ପୁରସ୍କାର ଦିଆଯାଉଛି।