(ହରିଦ୍ଵାର) : ରେଲୱେ ଷ୍ଟେସନରେ ବୋମା ବିସ୍ଫୋରଣ ଧମକ। ଲସ୍କର, ନଜୀବାବାଦ, ଡେରାଡୁନ୍, ଋଡକୀ, ହୃଶିକେଶ ଏବଂ ହରିଦ୍ଵାର ରେଲୱେ ଷ୍ଟେସନକୁ ବିସ୍ଫୋରଣ କରି ଉଡାଇଦେବାକୁ ଧମକ।
ଉତ୍ତରାଖଣ୍ଡର ଋଡକୀ ରେଳ ଷ୍ଟେସନର ଅଧୀକ୍ଷକଙ୍କ ନିକଟକୁ ଆସିଲା ଏଭଳି ଧମକପୂର୍ଣ୍ଣ ଚିଠି। ଜୈଶ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ଏରିୟା କମାଣ୍ଡର ସଲୀମ ଅଂସାରୀ ରେଳ ଷ୍ଟେସନର ଅଧୀକ୍ଷକଙ୍କୁ ଶନିବାର ସନ୍ଧ୍ୟାରେ ଚିଠି ଲେଖି ଧମକ ଦେଇଛି।
ସୂଚନାନୁଯାୟୀ , ଉତ୍ତରାଖଣ୍ଡର ଡିଜିପି ଏନେଇ କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ଆତଙ୍କୀ ସଙ୍ଗଠନ ପକ୍ଷରୁ ଏଭଳି ଧମକପୂର୍ଣ୍ଣ ଚିଠି ମିଳିସାରିଛି। ଏହି ଚିଠି ଜୈଶ-ଏ-ମହମ୍ମଦର ଏରିଆ କମାଣ୍ଡର ସଲୀମ ଅଂସାରୀ ନାମରେ ପଠାଯାଇଛି। ତେବେ ସଲୀମ ଅଂସାରୀ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି। ସେ ଗତ ୨୦ ବର୍ଷ ହେଲା ଏଭଳି ଧମକପୂର୍ଣ୍ଣ ଚିଠି ପଠାଉଛି। ତେବେ ଏହି ଚିଠି ପରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି।