(ଗୋପ/ ଜୟନ୍ତ ସେଠୀ): ପୁରୀ ପୋଲିସ ଅପରାଧିଙ୍କୁ ଧର ପଗଡ଼ ଅଭିଯାନ ଜୋର ଦାର କରିଚି। ଏହି କ୍ରମରେ ଏକ ୭ ଜଣିଆ ଡକାୟତି ଗ୍ୟାଙ୍ଗ ଧରାପଡିଛି। ପୁରୀର ଜଗନ୍ନାଥ ବଲ୍ଲବରେ ଥିବା ଡାଏମଣ୍ଡ ଜୁଏଲାରୀରୁ ଚୋରି କରିବା ପାଇଁ ଯୋଜନା କରୁଥିବା ବେଳେ ପୁରୀ ଟାଉନ ପୋଲିସ ଚଢ଼ାଉ କରି ୭ ଜଣ ଡକାୟତଙ୍କୁ ଧରିଛି। ତାଙ୍କ ନିକଟରୁ ଖଣ୍ଡା , ଲୁହା ରଡ଼ ଓ ପ୍ଲାଷ୍ଟିକ ରସି ଆଦି ପୋଲିସ ଜବତ କରିଛି। ପୁରୀ ଏସପି ଆଖିଲେଶ୍ୱର ସିଂ ସୂଚନା ଅନୁଯାୟୀ ୬ ତାରିଖ ସନ୍ଧ୍ୟାରେ ଏହି ଡକାୟତ ମାନେ ଜଗନ୍ନାଥ ବଲ୍ଲବରେ ଏକଠି ହୋଇ ଲୁଟ ପାଇଁ ଯୋଜନା କରୁଥିଲେ। ବିଶେଷ ସୁତ୍ରରୁ ପୋଲିସକୁ ଖବର ମିଳିବା ପରେ ପୁରୀ ଟାଉନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଥିଲା। ପୋଲିସକୁ ଦେଖି ଡକାୟତ ମାନେ ଖସି ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ହାବୁଡ଼ରୁ ଯାଇ ପରି ନଥିଲେ। ୭ ଜଣ ଗିରଫ ଅଭିଯୁକ୍ତ ହେଲେ ଚନ୍ଦନପୁରର ଟୁଟୁ ସ୍ୱାଇଁ , ପୁରୀ ସଦର ଥାନା ଅଞ୍ଚଳର ଜିତେନ୍ଦ୍ର ବେହେରା,ନିମାପଡାର ବୃନ୍ଦାବନ ଦାସ , ପୁରୀ ତାଳବଣିଆ ଥାନା ଅଞ୍ଚଳର ବଞ୍ଚା ବେହେରା, ଭାଗୀରଥୀ ପ୍ରଧାନ, ପେଣ୍ଠକଟାର ସନ୍ତୋଷ ଜଗଦେବ ଓ ବାସେଲି ସାହିର ସୁଦର୍ଶନ ମାଝି। ଏମାନଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।