ବ୍ୟୁରୋ: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଲଗାଣ ବର୍ଷା କାରଣରୁ ରାଜ୍ୟର କେତେକ ଅଞ୍ଚଳ ଜଳମଗ୍ନ ହୋଇଛି । ପୁଣି କେତେକ ଅଞ୍ଚଳର ଚାଷ ଜମିରେ ପାଣି ଜମି ରହିଛି । ପୁଣି କେଉଁ ଅଞ୍ଚଳରେ ରାସ୍ତାଘାଟର ସମସ୍ୟା ଦେଖାଦେଉଛି । ହେଲେ ଏଠି ଲଗାଣ ବର୍ଷାରେ ଧୋଇ ଯାଇଛି ରାସ୍ତା ପୋଲ । ଫଳରେ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କନ୍ଧମାଳ ଫିରିଙ୍ଗିଆ ବ୍ଲକରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଫଳରେ ପାଙ୍ଗା ଉପରସାହି ପଞ୍ଚାୟତ ବାଲିଗଟା ନିକଟରେ ଥିବା ଦଦଲି ପୋଲ ଧୋଇ ଯାଇଛି । ସ୍କୁଲ, କଲେଜ ଯିବା ପାଇଁ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପୋଲ ଦେଇ ଯାତାୟତ କରୁଥିବା ୫ଟି ଗାଁର ଲୋକେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।