ଭୁବନେଶ୍ୱର : ଆଜି ବି ଖଡା ଉପବାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ଗତକାଲିଣୁ ଉପବାସରେ ଅଛନ୍ତି ଶ୍ରୀଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଗତକାଲିଠୁ ବନ୍ଦ ରହିଛି ତୀତିକାନ୍ତି । ଗତକାଲିଠୁ ଏପର୍ଯ୍ୟନ୍ତ କୌଣସି ନୀତି କରାଯାଇନାହିଁ । ଲିଙ୍ଗରାଜ ଜମି ଉପରେ ବଡୁ ନିଯୋଗ ବେଆଇନ ନିର୍ମାଣ କରିଥିବା ଅଭିଯୋଗ କରି ନୀତିରୁ ଦୂରେଇ ରହିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା । ଅନ୍ୟପଟେ ବଡୁ ନିଯୋଗ କରିଆସୁଥିବା ନୀତି ଚାଲୁ ରଖିଥିବା ବେଳେ ସାହାଣମେଲା ଦର୍ଶନ ଜାରି ରହିଛି । ଏତେ ସମୟ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ ।