କନ୍ଧମାଳ/ବନବାସୀ ପ୍ରଧାନ : ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । କନ୍ଧମାଳ ଜିଲ୍ଲା କୋଟଗଡ ତହସିଲ ଦୁର୍ଗାପଙ୍ଗ ଆର ଆଇ ଦିଲ୍ଲୀପ ସାହୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ । ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ ଗଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ ।ଟ୍ରାପ ପରେ ଆର ଆଇ ଦିଲ୍ଲୀପ ସାହୁଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଦୁଇଟି ସ୍ଥାନରେ ଚଢାଉ ଜାରି ରହିଛି ଭିଜିଲାନ୍ସ ଟିମ ।