(ଜୟନ୍ତ କୁମାର ସେଠୀ / ଗୋପ) ; ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାରେ କୋଭିଡ ମୁକାବିଲା, ଟେଷ୍ଟିଂ, ଚିକିତ୍ସା ଓ ଟୀକାକରଣ ଏବଂ ଜିଲ୍ଲାରେ କୋଭିଡ ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣେଇଛନ୍ତି । ତେବେ ଆଜି ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ଜିଲ୍ଲାର ସ୍ବତନ୍ତ୍ର କୋଭିଡ ହସପିଟାଲ କାର୍ୟ୍ୟକ୍ଷମ ହେବା ସହିତ ଏଥିରେ ୨୦ଟି ଭେଣ୍ଟିଲେଟର, ୪୦ଟି ଐଊଟ, ୯୦ଟି ଅକ୍ସିଜେନ୍ ଶଯ୍ୟାର ବ୍ୟବସ୍ଥା ରହିବ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଛନ୍ତି । ଭୁବନେଶ୍ବରସ୍ଥିତ ସମ୍ ମେଡିକାଲ କଲେଜ ଓ ଜିଲ୍ଲା ପ୍ରଶାସନ ମିଳିତ ସହଭାଗିତାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହଯୋଗରେ ଏହା କାର୍ୟ୍ୟକାରୀ ହେଲେ ଜିଲ୍ଲାରେ ସଂକ୍ରମଣକୁ ରୋକିବା ଏବଂ ଅତ୍ୟାଧୁନିକ ଚିକିତ୍ସା ପାଇଁ ଏକ ବ୍ୟାପକ ଭିତ୍ତିଭୂମି ସୁଯୋଗ ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।
ବର୍ତ୍ତମାନ ପର୍ୟ୍ୟନ୍ତ ପୁରୀ ଜିଲ୍ଲାର ୧୧ଟି ଯାକ ବ୍ଲକରେ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଓ କୋଭିଡ କେୟାର ସେଣ୍ଟର ପରିଚାଳନା ସଂପର୍କରେ ମଧ୍ୟ ସମୀକ୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୧୪୭ଟି ଶଯ୍ୟା ପ୍ରସ୍ତୁତ ହୋଇ ରହିଛି । ଦୈନିକ ହାରାହାରି ୪୦୦ ସଂକ୍ରମଣଙ୍କୁ ଚିକିତ୍ସା ଜାରି ରହିଛି । ଗତ ଏପ୍ରିଲ ପହିଲାରୁ ଏପର୍ୟ୍ୟନ୍ତ ୫୬ ହଜାର ୭୧୩ ଜଣଙ୍କୁ କରୋନା ଟେଷ୍ଟିଂ କରାଯାଇଛି । ଆଣ୍ଟିଂଜେନ ଓ ଜଞ-ଚଉଜ ମାଧ୍ୟମରେ କରାଯାଇଥିବା କରୋନା ପରୀକ୍ଷାରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୯୪ ରେ ପହଞ୍ଚିଛି ଯାହାର ଆନୁପାତିକ ପ୍ରତିଶତ ୧୮.୭ ରହିଛି । ଉଭୟ ଉପାୟରେ ପରୀକ୍ଷା ପାଇଁ ଜିଲ୍ଲାରେ ସ୍ବତନ୍ତ୍ର ପରୀକ୍ଷାଗାର କାର୍ୟ୍ୟକ୍ଷମ ଥିବାବେଳେ ଆବଶ୍ୟକ ବେଳେ ଭୁବନେଶ୍ବରରେ ସ୍ବତନ୍ତ୍ର ଭାବରେ ପରୀକ୍ଷାପାଇଁ ବେସରକାରୀ ସଂସ୍ଥା ସହିତ ସରକାରୀ ଭାବେ ବ୍ୟବସ୍ଥା କରାଯାଉଛି । ଟେଷ୍ଟିଂକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବ ଦେଇଛନ୍ତି । ଜିଲ୍ଲାରେ ଥିବା ଟେଷ୍ଟିଂ ଯନ୍ତ୍ରପାତି କୌଣସି ପରିସ୍ଥିତିରେ ବିଫଳ ନହୁଏ ସେଥିପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ସେବାୟତ ଓ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ବ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟୀକାକରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବୈଠକରେ ସୂଚନା ଦେଇଛନ୍ତି ।