ଭରତପୁର ଥାନା ଘଟଣାରେ ପୂବର୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

0

ଭୁବନେଶ୍ୱର; ଭରତପୁର ଥାନା ଘଟଣାରେ ପୂବର୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ସୁରେଶ କହିଛନ୍ତି, ଭରତପୁର ଥାନା ଘଟଣାରେ ଶୁନ୍ୟ ସହନାଶୀଳତା ନୀତି ଅବଲମ୍ବନ କରିଛନ୍ତି ସରକାର । ମହିଳା ଅପରାଧ ମାମଲାରେ ସରକାର ଶୁନ୍ୟ ସହନାଶିଳତା ନେତୀ ରହିଛି ।  କାହାକୁ ଛାଡ ହେବ ନାହିଁ. ସମସ୍ତଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବ । ଯେତେ ପ୍ରଭାବଶାଳୀ ଲୋକ ହେଲେ ବି କାହା ମୁହଁ ଦେଖା ଯିବନି । ନବୀନ ବାବୁ ଯେଉଁ ବିଚାର ବିଭାଗିୟ ତଦନ୍ତ କଥା କହୁଛନ୍ତି । ପୂର୍ବରୁ କନ୍ଧମାଳ ଜୁଡ଼ିସିଆଲ ତଦନ୍ତର ରିପୋର୍ଟ କୁଆଡେ ଗଲା. ନବୀନ ବାବୁଙ୍କ ସମୟରେ ୨୪ ଜୁଡ଼ିସିଆଲ ତଦନ୍ତ ହେଲା । କୌଣସି ରିପୋର୍ଟ ସାର୍ବଜନୀନ ହେଲା ନାହିଁ । ନାରୀ ନିର୍ୟାତନା କ୍ଷେତ୍ରରେ କମିଶନ ଦରକାର ନାହିଁ ଦୋଷୀ ଗିରଫ ହେବା ଦରକାର ।  ତଦନ୍ତ ଆଉ ଚାର୍ଜସିଟ ଠିକ ଦେବା ଦରକାର. ଦୋଷୀ ଦଣ୍ଡିତ ହେବା ଦରକାର । ନବୀନ ବାବୁ କୁହନ୍ତି ଆଇନର ଆଖି ନାହିଁ ଥିଲେ ଦେଖିଥାନ୍ତା।  ଆଇନ ତା ବାଟରେ ଯିବ, ଅଭିଯୁକ୍ତ ଦଣ୍ଡିତ ହେବ । ଅପରାଧୀଙ୍କୁ ପୃଷ୍ଠପୋଷକତା ଦେଉଥିବା ଲୋକ ବି ଦଣ୍ଡିତ ହେବ ।  ୨୪ ବର୍ଷ ସରକାର ଚାହିଁଥିଲେ ହିଂସା ମୁକ୍ତ ଓଡିଶା ଗଠନ କରିପାରିଥାନ୍ତା ।ନବୀନ ବାବୁ ଆଦର୍ଶ ଥାନା କରିବାକୁ ଚେଷ୍ଟା କରୁଥିଲେ ହେଲେ ଆମ ସରକାର ଆଦର୍ଶ ପୋଲିସ ତିଆରି କରିବାକୁ ଚେଷ୍ଟା କରିବ. ନିଲମ୍ବନ ହୋଇଛନ୍ତି ତଦନ୍ତ ଚାଲିଛି । ଘଟଣା ସାଙ୍ଗରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ଥିଲେ କିମ୍ଭା ତଥ୍ୟ ଲୁଚାଉଥିଲେ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବ । ନବୀନ ବାବୁ ଯଦି ତାଙ୍କ ସମୟରେ କଥା ବୁଝୁଥାନ୍ତେ ତାହେଲେ ରାଜ୍ୟରେ ନାରୀ ନିର୍ୟାତନା ହେଇନଥାନ୍ତା ।  ଯେଉଁ ସମୟରେ କ୍ଷମତରେ ଥିଲେ ରଜଧର୍ମ ପାଳନ କଲେ ନାହିଁ. ବେବିନା, ପରୀ, ମାଧାବିଲତା ଘଟଣାରେ ତାଙ୍କ ଦଳର ଅନେକ ନେତାଙ୍କ ନାଁ ଉଠିଲା । ସେ ସମୟରେ ବି ରାଜଧର୍ମ ପାଳନ କଲେ ନାହିଁ. ଏବେ ୧୦୦ ଦିନ ସରକାରକୁ ପଠା ପଢ଼ାଇବା ଆରମ୍ଭ କରିଛନ୍ତି ।