ଜିଲ୍ଲାପାଳ ସମ୍ମିଳନୀରେ ଦୁର୍ନୀତିକୁ ନେଇ କ୍ଷୋଭ ପ୍ରକାଶ କଲେ ରାଜସ୍ଵ ମନ୍ତ୍ରୀ

ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨ ଦିନିଆ ଜିଲ୍ଲାପାଳ ଏସପି ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ କନଭେନସନ ହଲରେ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ସମ୍ମିଳନୀରେ ଦୁର୍ନୀତି ନେଇ କ୍ଷୋଭ ପ୍ରକାଶ କଲେ ରାଜସ୍ଵ ମନ୍ତ୍ରୀ । ମିଡିଲ୍‌ ମ୍ୟାନ୍‌ ସିଷ୍ଟମ ହଟିବା ଦରକାର କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ସରକାରୀ କାର୍ଯ୍ୟାଳୟ ଦଲାଲ ମୁକ୍ତ ହେବା ଦରକାର । ସରକାରଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ ଶାସନ ହେବା ଦରକାର । ଆଖି କାନ ଖୋଲା ରଖ, ନାକ ତଳେ କଣ ହେଉଛି ଖବର ରଖ । ଭିଜିଲାନ୍ସ ଧରିବା ପୂର୍ବରୁ ଆପଣ ମାନେ ଧରନ୍ତୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଆଜିର କାମକୁ କାଲି ପର୍ଯ୍ୟନ୍ତ ନରଖିବାକୁ ପରାମର୍ଶ ଦେଲେ ରାଜସ୍ଵ ମନ୍ତ୍ରୀ ।

Informatics | An e-governance publication from NIC

ଲୋକେ ସବୁଠୁ ଅଧିକ ସମସ୍ୟା ନେଇ ରାଜସ୍ଵ ବିଭାଗକୁ ଆସନ୍ତି । ଆମେ ପ୍ରୟାସ କରିବା ଆଗକୁ ଯେମିତି ରାଜସ୍ଵ ବିଭାଗର ଅଭିଯୋଗ ସଂଖ୍ୟା କମି କମି ଯିବ । ଲୋକଙ୍କୁ କିଭଳି ବନ୍ଧୁତ୍ଵପୂର୍ଣ୍ଣ ସରକାରୀ ସେବା ମିଳିବ ସେନେଇ ପ୍ରୟାସ କରିବା । ଆମ ସରକାର ୨୪ ହଜାର ଶିକ୍ଷନୁଷ୍ଠାନକୁ ପଟ୍ଟା ଦେବାରେ ସଫଳ ହୋଇଛନ୍ତି । ୨୫ ହଜାର ଭୂମିହୀନଙ୍କୁ ଜମି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଏଥିସସହ ଜନଗଣନା ପୂର୍ବରୁ ସମସ୍ତ ରାଜସ୍ଵ ଗ୍ରାମ ଆବେଦନକୁ ସୁପାରିସ୍ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କହିଛନ୍ତି, ଲୋକ ଟିଏ ଜମି ପାଇଁ ଆମ ପାଖକୁ ନ ଆସୁ, ଆମେ ସର୍ଭେ କରି ସେମାନଙ୍କୁ ସେବା ଯୋଗାଇ ଦେବା ।

  Senior officials and Secretaries to visit districts across Odisha;...