କଳାହାଣ୍ଡି/ ସୁଶାନ୍ତ ନାଏକ : ଜିଲ୍ଲା ପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଅଞ୍ଚଳବାସୀ ଅସନ୍ତୋଷ ଜ୍ଝ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭା ଗୃହ ଠାରେ ଆୟୋଜିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଏକ କାର୍ୟ୍ୟ କ୍ରମ ରେ ଅବ୍ୟବସ୍ଥା ଦେଖାଦେଇଛି ।
ଏହି ବ୍ଳକରେ ୨୪ ଗୋଟି ପଞ୍ଚାୟତ ର ଜନ ସାଧାରଣ ଅଭିଯୋଗ ଜଣାଇବା ବଦଳରେ ମାତ୍ର ୪୩ ଜଣ ଙ୍କ ଅଭିଯୋଗ ମଧ୍ୟ ରେ ସରିଳା ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ। ବ୍ଳକ ପ୍ରଶାସନ ପକ୍ଷରୁ ଅଞ୍ଚଳ ବାସୀ ଙ୍କୁ ଏନେଇ ସୂଚନା ଦିଆ ଯାଇନଥିବା ଯୋଗୁଁ ଲୋକେ କାର୍ଯ୍ୟକ୍ରମ ସଂପର୍କରେ ଜାଣି ନଥିବା ଅଭିଯୋଗ ହେଉଛି । ଯାହାଫଳରେ ଆୟୋଜିତ କାର୍ୟ୍ୟକ୍ରମରେ ଲୋକେ ବିଶେଷ ଭାବରେ ଅନୁପସ୍ଥିତି ରହିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।