ଫେଲ୍ ମାରିଛି ବସୁଧା ଯୋଜନା : ଜଳ କଷ୍ଟ ଭୋଗୁଛନ୍ତି ମାଲାବରମ ବାସିନ୍ଦା

0

ମାଲକାନଗିରି : ଖରାଦିନ ଆରମ୍ଭ ରୁ ମାଲକାନଗିରି ଜିଲ୍ଲା ବିଭିନ୍ନ ଗ୍ରାମ ରେ ଦେଖା ଦେଇଛି ଜଳ କଷ୍ଟ। ଏଭଳି ଘଟଣା କାଲିମେଳା ବ୍ଲକ ମାଲାବରମ ପଞ୍ଚାୟତ ମାଲାବରମ ଗ୍ରାମରେ ଦେଖିବାକୁ ମିଳିଛି । ବସୁଧା ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଦିଗହରା ହୋଇଛି ।

ଗ୍ରାମ ବାସୀଙ୍କର ଅଭିଯୋଗ ଅନୁଯାୟୀ ୩ବର୍ଷ ହେଲା ଗାଁରେ ବସୁଧା ଯୋଜନା ଅଚଳ ହୋଇ ପଡିଛି । ଗ୍ରାମରେ ପ୍ରାୟ ୨୦୦ ପରିବାର ବାସ କରୁଥିବା ବେଳେ ମାତ୍ର ୧୦ ରୁ ୧୫ଟି ଘରକୁ ଯାଉଛି ଏହି ପାଣି ବ୍ୟବସ୍ଥା। ଦୀର୍ଘ ବର୍ଷ ଧରି ଜଳ ସଙ୍କଟ ଲାଗି ରହିଥିବାରୁ ଗ୍ରାମରେ ବାସ କରୁଥିବା ପ୍ରାୟ ୨୦୦ ପରିବାର ଲୋକଙ୍କ ସମେତ ଗାଈ ଗୋରୁ ଓ ଅନ୍ୟ ଗୃହପାଳିତ ପ୍ରାଣୀ ଜଳ ମୁନ୍ଦାଏ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁଯାଇ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ବସୁଦା ଯୋଜନା ପକ୍ଷ ରୁ ଏକ ଜଳ ଟେଂକି ସ୍ଥାପନ କରାଯାଇଥିଲା । ପ୍ରକାଳ୍ପଟି କିଛି ମାସ ଚାଲିବା ପରେ ନିମ୍ନମାନର କାମ ହୋଇଥିବାରୁ ପାଇପ ଗୁଡିକ ଗାଡି ଚଢି ଫାଟିଯାଇଛି । ପ୍ରଶାସନ ତରପରୁ ପାଇପ ସୁଧାରିବା ପାଇଁ କାମ ଆସିଥିଲେ ମଧ୍ୟ କୌଣସି ପ୍ରକାର ର କାମ ହୋଇ ନାହିଁ । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ବୁଝିବ ମାଲାବରମ ଗ୍ରାମ ବାସିନ୍ଦା ଙ୍କ ଦୁଃଖ ।