ଜମିରୁ ବୃଦ୍ଧଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର

(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା କଇଠଖଳାଦଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମର ରାସ୍ତା ପାର୍ଶ୍ୱ ଜମିରୁ ବୃଦ୍ଧଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଢ଼ିମିରିପଙ୍କାଳ ଗ୍ରାମର ଧର୍ମା ନାୟକ । ଖବର ପାଇଁ ଘଟଣା ସ୍ଥଳରେ ବଡ଼ଗଡ଼ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିଥିଲା । ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚାନୁଯାୟୀ , ଢ଼ିମିରିପଙ୍କାଳ ଗ୍ରାମର ଧର୍ମା ନାୟକ ଗତକାଲି ଜଳଖିଆ ଖାଇବାକୁ ଦୋକାନ ଆସି ଘରକୁ ଫେରି ନଥିଲେ। ଅନେକ ସମୟ ଖୋଜା ଖୋଜି ପରେ କୌଣସି ସନ୍ଧାନ ମିଳିନଥିଲା । କିନ୍ତୁ ଆଜି ତାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପରିବାରକୁ ଖବର ଦେଇଥିଲେ।