୧୨ଲକ୍ଷ ଟଙ୍କାର ଲଙ୍କା ଚୋରି

ପିପିଲି: ଆଜି କାଲି ସବୁଆଡେ ମାତିଛନ୍ତି ଲୁଟେରା । କିଏ ବେକରେ ଛୁରି ଧରି ଲୁଟୁଛି ତ କିଏ ଝରକା ତାଡି ଲୁଟୁଛନ୍ତି । ସବୁବେଳେ ଶୁଣିଆଶୁଛୁ ବ୍ୟାଙ୍କ ଚେରି ହେବାର ସୁନା ଗହଣା ଚେରି ହେବାର । କିନ୍ତୁ ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ସୁନା ରୂପା ଅଳଙ୍କାର ଲୁଟ୍ ହୋଇନି ଏଠି ଲୁଟ୍ ହୋଇଛି ଲଙ୍କା । ଲଙ୍କା ଚୋରିର ଘଟଣା ସିଧା ମଧ୍ୟପ୍ରଦେଶରୁ ଆସି ଓଡିଶାରେ ପହଁଚିଛି ।


ମଧ୍ୟପ୍ରଦେଶରୁ ବାର ଲକ୍ଷ ଟଙ୍କାର ଲଙ୍କା ଲୁଟ୍ ହୋଇଛି । ଆଉ ଏବେ ବାଲିପାଟଣା ଥାନା ବନମାଳିପୁରରେ ଏହା ଠାବ ହୋଇଛି ।ଲଙ୍କା ବେପାରୀ ଏବଂ ମଧ୍ୟ ପ୍ରଦେଶ ପୋଲିସ୍ ବନମାଳିପୁରରେ ପହଁଞ୍ଚି ଚୋରି ହୋଇଥିବା ଲଙ୍କା ବସ୍ତାକୁ ଠାବ କରିଛନ୍ତି । ଘଟଣାରେ ସଂପୃକ୍ତ ଟ୍ରକ୍ ଡ୍ରାଇଭର ଏବଂ ଲଙ୍କା କିଣିଥିବା ବ୍ୟକ୍ତି ଙ୍କର ଏଯାଏ ପତ୍ତା ମିଳିପାରିନାହଁ ।ତେବେ ମଧ୍ୟପ୍ରଦେଶ ରାଜ୍ୟର ବିଡିଆନ୍ ଅଂଚଳର ଜଣେ ଲଙ୍କା ବ୍ୟବସାୟୀ ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀଙ୍କ ନିକଟକୁ ଏକ ଲଙ୍କା ଟ୍ରକ୍ ପଠାଇଥିଲେ। ।ମାତ୍ର ଉକ୍ତ ଲଙ୍କା ଟ୍ରକ୍ ଟି ନିର୍ଦ୍ଧାରିତ ସ୍ଥାନରେ ନିର୍ଦ୍ଧାରିତ ସମୟରେ ପହଁଞ୍ଚି ପାରିନଥିଲା । ଯାହା ଫଳରେ ବ୍ୟବସାୟୀ ଜଣଙ୍କ କଣ କରିବେ କିଛି ଭାବିପାରିନଥିଲେ ।

ତେବେ ଶେଷରେ ଟ୍ରକ୍ ରେ ଲଗା ଯାଇଥିବା ଜିପିଏସ୍ ଦ୍ବାରା ଜଣାପଡିଥିଲା କି, ଲଙ୍କା ଟ୍ରକ୍ ଟି ବାଲିପାଟଣା ଥାନା ବନମାଳିପୁର ବଜାରରେ ପହଁଞ୍ଚିସାରିଛି ।ଡ୍ରଇଭର ପ୍ରଶାନ୍ତ ବାରବାର କଥା ହେଉଥିଲେ ତେଣୁ ଜିପିଏସ ଟ୍ରାକ କରି ବ୍ୟବସାୟୀ ଏବଂ ମଧ୍ୟପ୍ରଦେଶ ପୋଲିସ୍ ପ୍ରଶାନ୍ତଙ୍କ ଗୋଦାମ ନିକଟରେ ପହଞ୍ଚିଥିଲେ । ସେଠାରେ ଲଙ୍କା ବେଝେଇ ହୋଇ ଥିବା ଟ୍ରକକୁ ପାଇଥିଲେ । ଏ ନେଇ ସଂପୃକ୍ତ ଲଙ୍କା ବେପାରୀ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ତେବେ ପ୍ରଶାନ୍ତ ଜଣେ ପେଷାଦାର ଠକ ବୋଲି ଅଭିଯୋଗ ଆସିଛି । ତା ନାମରେ ପୂର୍ବରୁ ଅନେକ ମାମଲା ମଧ୍ୟ ରହିଛି ।