ସାଢେ ୧୧ଟାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ରେକର୍ଡ

ଭୁବନେଶ୍ୱର : ଗତକାଲି ପରି ଆଜି ବି ପାରଦ ଉପରମୁହାଁ । ଆଜି ମଧ୍ୟ ଡହଡହ ଖରାରେ ସିଝୁଛନ୍ତି ରାଜଧାନୀବାସୀ । ସକାଳ ୮ ପରେ ଘରୁ ବାହାରିବା କଷ୍ଟ୍ରକର ହୋଇପଡୁଛି । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ଅସମ୍ଭାଳ ତାତି ଅନୁଭୂତ ହେବ। ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ। ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ବଢିବ ତାତି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଦିନ ସାଢେ ୧୧ଟାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ସାଢେ ୧୧ଟା ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ଓ କେନ୍ଦୁଝରର ତାପମାତ୍ରା ୩୬ ଡିଗ୍ରୀ। ଏହାସହ ଝାରସୁଗୁଡା ୩୫.୪ ଓ ସମ୍ବଲପୁର ୩୫.୨ ଡିଗ୍ରୀ, ହୀରାକୁଦ ୩୪.୬, ବାଲେଶ୍ୱର ୩୪.୨ ରେକର୍ଡ କରାଯାଇଛି।
ସେପଟେ ଆଗାମୀ ୪ରୁ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ୧ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି ଓ ଘଡଘଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିବାଗ କେନ୍ଦ୍ର । ତେବେ ଆଜି ପାଇଁ ସେୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ , ବାଲେଶ୍ୱର ଓ ଯାଜପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।